Saturday, May 18, 2024
28.4 C
Odisha

    କର୍ଣ୍ଣାଟକ ସେକ୍ସ କ୍ଲିପ୍ ମାମଲାରେ ଆକ୍ସନମୋଡରେ ଯାଂଚ ଟିମ୍ । ଲୁକଆଉଟ ନୋଟିସ ପରେ ଏବେ ପ୍ରଜ୍ୱଳଙ୍କ ଘରେ ପହଂଚିଲା ଏସଆଇଟି

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ଫସିଥିବା ଜେଡିଏସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି  । ଏହି ମାମଲାର ଯାଂଚ କରୁଥିବା ଏସଆଇଟି ଟିମ୍ କର୍ଣ୍ଣାଟକର ହାସନରେ ଥିବା ପ୍ରଜ୍ୱଳଙ୍କ ବାସଭବନରେ ପହଂଚି ଯାଂଚ ଆରମ୍ଭ କରିଛି । ଏହାସହ ପ୍ରଜ୍ୱଳଙ୍କ ବିରୋଧରେ ଲୁକଆଉଟ୍ ନୋଟିିସ ମଧ୍ୟ ଜାରି କରାଯାଇଛି । ସେପେଟ ରାଜ୍ୟ ଗୃହ ବିଭାଗ ତରଫରୁ ମନ୍ତ୍ରୀ ଗଙ୍ଗାଧରେୟା ପରମେଶ୍ୱର ପ୍ରଜ୍ୱଳ ରେବନ୍ନା ଓ ତାଙ୍କ ପିତା ଏଚଡି ରେବନ୍ନାଙ୍କ ବିରୋଧରେ ମଧ୍ୟ ଦ୍ୱିତୀୟ ଲୁକଆଉଟ ନୋଟିସ ଜାରି କରିଛନ୍ତି ।

    ପ୍ରଜ୍ୱଳ ରେବନ୍ନା ଓ ତାଙ୍କ ପିତାଙ୍କ ବିରୋଧରେ ପ୍ରଥମ ଲୁକଆଉଟ୍ ନୋଟିସ ଜାରି ହେବା ପରେ ଏସଆଇଟି ଟିମ୍ ପ୍ରଜ୍ୱଳଙ୍କ ବାସଭବନରେ ପହଂଚିଛି । ସେପଟେ ଯାଂଚରେ ସହଯୋଗ କରିବାକୁ ପ୍ରଜ୍ୱଳ କିଛି ସମୟ ମାଗିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ପ୍ରଜ୍ୱଳଙ୍କ ଉପରେ ଅନେକ ମହିଳାଙ୍କ ଯୌନ ଶୋଷଣ କରିବା ସହ ଏହାର ଭିଡିଓ ରେକଡିଂ କରିଥିବା ଅଭିଯୋଗ ରହିଛି । ନିର୍ବାଚନ ଭିତରେ ଏହି ଭିଡିଓକୁ ନେଇ ମାମଲା ରୁଜୁ ହେବା ପରେ ପ୍ରଜ୍ୱଳ ଦେଶଛାଡି ଫେରାର ହୋଇଯାଇଛନ୍ତି ।

    ସେପଟେ ଏହି ମାମଲା ଉପରେ ହସ୍ତକ୍ଷେପ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ପୀଡିତ ମହିଳାମାନଙ୍କୁ ଯଥା ସମ୍ଭବ ସହାୟତା ଓ ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି । ଏହାସହ ଜଣେ ବଳାକ୍ରାରୀ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବାରୁ ଏହାକୁ ନେଇ ସେ ବିଜେପିକୁ କଟାକ୍ଷ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    51 %
    1.2kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ