Friday, October 18, 2024
30.6 C
Odisha

    ନଭେମ୍ବର୧୫ରୁ ବାଲିଯାତ୍ରା; ଏଥର ବଲିଉଡ୍‌ ନାଇଟ୍‌ ରେ ଝୁମିବେ ଦର୍ଶକ

    ଆଗକୁ ପଢନ୍ତୁ

    କଟକ: କଟକ ବାଲିଯାତ୍ରାରେ ବଲିଉଡ୍‌ ନାଇଟ୍‌ ଶୋ’ ହେବ। ଏନେଇ କଟକ ଜିଲାପାଳ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ ସୋନୁ ନିଗମ, ସୁରେଶ ଓ୍ବାଡେକର ପ୍ରମୁଖ ବଡ଼ବଡ଼ ଷ୍ଟାର୍‌ ଆସିବାର କାର୍ଯ୍ୟକ୍ରମ ରହିଛି। ନୂଆ ଡ୍ରୋନ୍‌ ଶୋ’ ଓ ଲେଜର ଶୋ’ରେ ଦର୍ଶକ ମଜା ନେବେ। ବାଲିଯାତ୍ରା କଟକ ଇନ୍‌ କଟକ ଥିମ୍‌ ରହିବ ଓଡ଼ିଆ ଅସ୍ମିତା, ଓଡ଼ିଆ ସିନେମା। ସବୁଜ ବାଣ ପ୍ରଦର୍ଶନୀ ହେବ ବୋଲି ଜିଲାପାଳ କହିଛନ୍ତି । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ବାଲିଯାତ୍ରାରେ ଟ୍ରାଫିକ୍‌ ପରିଚାଳନା ଓ ଟଏଲଟ୍‌ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ