Saturday, October 10, 2026
27.9 C
Odisha

    ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ ଜିଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ ସହ ଫେରୁଥିବାବେଳେ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଗଣଦୁଷ୍କର୍ମରେ ୩ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି। ତଳସରା ଥାନା ଅଞ୍ଚଳରେ ଏକୋଇଶିଆ ଭୋଜି ଖାଇ ୩ ଜଣ ନାବାଳିକା ସାଙ୍ଗ ହୋଇ ଫେରୁଥିଲେ। ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଜୋର ଜବରଦସ୍ତ କରିଥିଲେ। ସେମାନଙ୍କ ହାବୁଡରୁ ୨ଜଣ ନାବାଳିକା ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ତେବେ ଜଣେ ନାବାଳିକୁ ୩ଜଣ ଯୁବକ ଧରି ନେଇ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ସେଠାରେ ଗଣ ଦୁଷ୍କର୍ମ କରିଥିଲେ ବୋଲି ସୂଚନା ମିଳିଛି।

    ତଳସରା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ, ତଦନ୍ତ ଆରମ୍ଭ କରିଛି। ଗଣଦୁଷ୍କର୍ମ ଘଟଣାରେ ୩ଜଣ ଯୁବକ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ ପାଇଁ ପୁଲିସ ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ