Thursday, September 19, 2024
25.2 C
Odisha

    ନିଜ କେଶ ସହିତ କରନ୍ତୁ ନାହିଁ ଏପରି ବ୍ୟବହାର

    ଆଗକୁ ପଢନ୍ତୁ

     

    ମହିଳାଙ୍କର ସୌନ୍ଦର୍ଜ୍ୟ ବୃଦ୍ଧି ନିମନ୍ତେ ଏକ ସୁନ୍ଦର ଚେହେରା ଯେତିକି ଗୁରୁତ୍ଵପୂର୍ଣ୍ଣ ସେତିକି ଜରୁରୀ ସୁସ୍ଥ ଏବଂ ଘନ କେଶ । ବର୍ତ୍ତମାନ ପରିବେଶର ଅବସ୍ଥା କାରଣରୁ ତ୍ଵଚା  ସହିତ କେଶ ମଧ୍ୟ ଅନେକ ପରିମାଣରେ ପ୍ରଭାବିତ ହେଉଛି । ପ୍ରଦୟୁଷଣ ଏବଂ ବ୍ୟସ୍ତ ବହୁଳ ଜୀବନଚର୍ଯା କାରଣରୁ କେଶ ଝଡିବା, ରୂପୀ ହେବା, ଶୁଷ୍କ ଓ ପୋଷଣ ହୀନ କେଶ, ଏବଂ ସମୟ ପୂର୍ବରୁ କେଶ ପାଚିବା ଭଳି ସମସ୍ୟା ଖୁବ ସାଧାରଣ ପାଲଟି ଗଲାଣି । ଏପରି ପରିସ୍ଥିତିରେ ଆମକୁ ନିଜେ ନିଜ କେଶର ଯତ୍ନ ଠିକ ଭାବରେ ନେବାକୁ ପଡିବ । ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ । ଅନେକ ସମୟରେ ଆମେ ସୁନ୍ଦର ଦେଖାଯିବା ନିମନ୍ତେ ନିଜ କେଶ ସହିତ ଏପରି କିଛି ଏକ୍ସପେରିମେଣ୍ଟ୍ସ କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ କେଶର ସ୍ୱାସ୍ଥ୍ୟ ଉପରେ ଭାରି ପଡିଯାଏ ଏବଂ ପରେ ଆମେ ପଶ୍ଚାତପ କରିଥାନ୍ତି । ଆଜି ଆମେ ନେଇ ଆସିଚୁ ଆପଣମାନଙ୍କ ପାଇଁ କିଛିଟା ଟିପ୍ସ ଯାହା ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହେବା ସହିତ ଆପଣ ସୁନ୍ଦର ଏବଂ ଘନ କେଶ ମଧ୍ୟ ପାଇ ପାରିବେ ।

    ନିଜ କେଶକୁ ଅଧିକ ଦିନ ଯାଏଁ ସୁନ୍ଦର ଏବଂ ମଜଭୁତ ରଖିବା ନିମନ୍ତେ ଆପଣଙ୍କୁ ନିଜର କେତୋଟି ଅଭ୍ୟାସ ବଦଳାଇବାକୁ ପଡିବ । ଯେପରିକି :

    1. କେଶରେ କୌଣସି ହିଟ ଟ୍ରୀଟମେଣ୍ଟ କରୁଥିଲେ ବନ୍ଦ କରି ଦିଅନ୍ତୁ : ଚେଷ୍ଟା କରନ୍ତୁ କେଶରେ କେବେବି କୌଣସି ହୀଟ ଏପ୍ଲାଇ ନକରିବା ପାଇଁ । ଅତ୍ୟଧିକ ହୀଟ ଏପ୍ଲାଇ କରିବା ଦ୍ଵାରା କେଶରେ ଅନେକ ପ୍ରକାର ଡ୍ୟାମେଜ ହୋଇଥାଏ । ଯଦି ଅପଣଙ୍କ ପ୍ରଫେସନ କାରଣରୁ ଆପଣ ବାରମ୍ବାର ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ତେବେ ହୀଟ ଏପ୍ଲାଇ କରିବା ପୂର୍ବରୁ ନିହାତି ଭାବରେ କେଶରେ ହୀଟ ପ୍ରୋଟେକଶନ ସ୍ପ୍ରେ ଲଗାଇବାକୁ ଭୁଲନ୍ତୁ ନାହିଁ ।
    2. କେଶକୁ ଅତ୍ୟଧିକ ସାମ୍ପୁ କରିବା ବା ଧୋଇବା ବନ୍ଦ କରନ୍ତୁ : ପ୍ରତିଦିନ କେଶକୁ ଧୋଇବା ଫଳରେ ଏହା କେଶର ପ୍ରାକୃତିକ ତୈଳକୁ ନଷ୍ଟ କରି ଦିଏ ଯାହାଫଳରେ କେଶ ଅତ୍ୟାଧିକ ଶୁଷ୍କ ହୋଇଯିବା ସହ ଛିଣ୍ଡିବା ଆରମ୍ଭ ହୋଇଯାଏ । ମନେରଖନ୍ତୁ, ସପ୍ତାହକୁ ଅତି ବେଶୀରେ ୨ ରୁ ୩ ଥର ହିଁ କେଶକୁ ଧୋଇବା ଉଚିତ । ଏହାଠାରୁ ଅଧିକ ନୁହେଁ ।
    3. ବିଭିନ୍ନ ରୁକ୍ଷ କେମିକାଲ୍ସ୍ ରେ ଭରା ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ : ସଲଫେଟ ଏବଂ ପାରାବେନ ଭଳି କେମିକାଲ୍ସ ଥିବା ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ । ଏପରି ଉତ୍ପାଦ ଆପଣଙ୍କ କେଶର ପ୍ରାକୃତିକ ତୈଳକୁ ନଷ୍ଟ କରିଦେଇ କେଶକୁ କ୍ଷତି ପହଞ୍ଚାଇ ଥାଆନ୍ତି ।
    4. କେଶ ଓଦା ଥିବାବେଳେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ : କେଶ ବା ସ୍କାଲ୍ପ ଓଦା ଥିବା ବେଳେ ଏହା ନରମ ଥାଏ । ଏହି ସମୟରେ ଯଦି ଆପଣ ମୁଣ୍ଡ କୁଣ୍ଡାଇବାକୁ ଚେଷ୍ଟା କରନ୍ତି ତେବେ ଆପଣଙ୍କ କେଶ ଅଧିକ ପରିମାଣରେ ଝଡିବାର ଆଶଙ୍କା ଥାଏ । କୁଣ୍ଡାଇବା ନିମନ୍ତେ ବଡ଼ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ଏବଂ କେଶ ସାମାନ୍ୟ ଶୁଖିଯିବା ପରେ ଯାଇ ମୁଣ୍ଡ କୁଣ୍ଡାନ୍ତୁ ।
    5. ସ୍କାଲ୍ପ ହେଲଥକୁ ଅଣଦେଖା କରନ୍ତୁ ନାହିଁ : କେଶ ର ସ୍ୱାସ୍ଥ୍ୟ ସେତେବେଳେ ଭଲ ରହିଥାଏ ଯେତେବେଳେ ଏହାର ମୂଳ ମଜଭୁତ ରୁହେ । ସୁସ୍ଥ ଏବଂ ସୁନ୍ଦର କେଶ ବୃଦ୍ଧି ନିମନ୍ତେ ଏକ ସୁସ୍ଥ ସ୍କାଲ୍ପ ର ମଧ୍ୟ ଆବଶ୍ୟକତା ରହିଛି । ଯଦି ଆପଣଙ୍କ ସ୍କାଲ୍ପ ଅତ୍ୟନ୍ତ ଶୁଷ୍କ ତେବେ ରୂପୀ ଓ କୁଣ୍ଡେଇ ହେବା ଭଳି ସମସ୍ୟା ବାରମ୍ବାର ଦେଖା ଦେଇଥାଏ । ସ୍କାଲ୍ପ ର ଏପରି ଅବସ୍ଥାକୁ ଅଣଦେଖା ନକରି ଏହାପାଇଁ ଉପଯୁକ୍ତ ପଦକ୍ଷେପ ନେଲେ ବିଭିନ୍ନ ପ୍ରକାର କେଶ ସମସ୍ୟା ଦୂର ହୋଇ ପାରିବ ।
    6. ଶୋଇବା ସମୟରେ କେଶକୁ ଟାଇଟ କରି ବାନ୍ଧି ରଖନ୍ତୁ ନାହିଁ : ଶୋଇବା ପୂର୍ବରୁ ଟାଇଟ ହେୟାର ସ୍ଟାଇଲ କିମ୍ବା କେଶରେ ଥିବା କୌଣସି ବି ଆକ୍ସେସରି କୁ କାଢି ଦିଅନ୍ତୁ । ଯଦି ଆପଣ କେଶକୁ ଢିଲା ନକରି ସେମିତି ହିଁ ଶୋଇପଡନ୍ତି ତେବେ ଏହା କେଶ ଏବଂ ସ୍କାଲ୍ପ ଉପରେ ମଧ୍ୟ ଅନେକ ଖରାପ ପ୍ରଭାବ ପକାଇଥାଏ । କେଶ ଉପୁଡିବା କିମ୍ବା ଛିଣ୍ଡିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
    7. କେଶ ପାଇଁ ଜରୁରୀ ପୋଷାକତତ୍ତ୍ବ କୁ ଅଣଦେଖା କରନ୍ତୁ ନାହିଁ : ସୁନ୍ଦର କେଶ ନିମନ୍ତେ କେବଳ ବାହାରୁ ନୁହେଁ, ଭିତରୁ ମଧ୍ୟ ତାକୁ ପୋଷଣ ଯୋଗାଇବାକୁ ପଡ଼ିଥାଏ । ମାତ୍ର ଯଦି ଆପଣ କେଶ ପାଇଁ ଜରୁରୀ ପୋଷାକତତ୍ତ୍ବ ଗୁଡିକ ନିଜ ନିୟମିତ ଡାଏଟରେ ସାମିଲ କରୁନାହାନ୍ତି ତେବେ ଏହା କେଶ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ସୁସ୍ଥକେଶ ବୃଦ୍ଧି ପାଇଁ ଜରୁରୀ ଭିଟାମିନ୍, ଆଇରନ୍, ଜିଙ୍କ୍ ଏବଂ ବାୟୋଟିନ୍ ଭଳି ମିନେରାଲ୍ସ ଥିବା ଖାଦ୍ୟ ପଦାର୍ଥ ଗୁଡିକୁ ନିଜ ଡାଏଟ ରେ ସାମିଲ କରିବାକୁ ଭୁଲନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ