Sunday, November 1, 2026
22.8 C
Odisha

    ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ

    ଆଗକୁ ପଢନ୍ତୁ

    ନିଟ(NEET)-2024 ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଭଦ୍ରକ ଜିଲ୍ଲାର ଅନେକ ନିର୍ଧାରିତ କେନ୍ଦ୍ରରେ କରାଯାଇଥିଲା । ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲ ବି ଜିଲ୍ଲାର ଅନ୍ୟତମ କେନ୍ଦ୍ର ଥିଲା । ଯେଉଁଠି ଗତ ୦୫.୦୫.୨୦୨୪ ରେ NEET- 2024 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ପ୍ରିନ୍ସିପାଲଙ୍କ ଠାରୁ ଏକ କଲ ପାଇଲେ। ଯାହାର ରୋଲ୍ ନମ୍ବରବ 3619070303 ଏବଂ ନାମ ଶାଶ୍ୱତ ତ୍ରିପାଠୀ। ଆଧାର ବିବରଣୀ ଯାଞ୍ଚ ପରେ ଏହା ନିଶ୍ଚିତ ହୋଇଥିଲା ଯେ ପରୀକ୍ଷାର୍ଥୀ ଜଣଙ୍କ ଶାଶ୍ୱତଙ୍କ ନାମରେ ଜାଲିଆତି କରି ଅଙ୍କିତ ରାଜ (୨୨) ପିତା- ଧନଞ୍ଜୟ ପ୍ରସାଦ ନାମରେ ପରୀକ୍ଷାରେ ଛଦ୍ମନାମ କରି ପ୍ରତାରଣା କରିଛନ୍ତି।

    ଉପଯୁକ୍ତ ଅନୁସନ୍ଧାନ ପରେ ଏହା ଜଣାପଡ଼ିଥିଲା ଯେ, ଅଙ୍କିତ ରାଜ ୨୦୨୧ ରେ NEET କ୍ଵଲିଫାଇ କରି ସମ୍ପ୍ରତି ବର୍ତ୍ତମାନ ସେ କୋଲକାତା ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ପରୀକ୍ଷାରେ ଯୋଗଦେବା ପାଇଁ ତାଙ୍କୁ ଜଣେ ଆଦିତ୍ୟ କୁମାରଙ୍କ ମାଧ୍ୟମରେ ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ପରୀକ୍ଷା ଦେବାକୁ ଅଙ୍କିତ ରାଜଙ୍କୁ ରାଜି କରାଯାଇଥିଲା । ଏ ବାବଦରେ ଅଙ୍କିତଙ୍କୁ ୧୦ ଲକ୍ଷ ଟଙ୍କାର ଡିଲ ଦିଆଯାଇଥିଲା। ସେ ଟ୍ରେନ ଯୋଗେ 04.05.2024 ରେ ଭଦ୍ରକକୁ ଆସିଥିଲେ ଏବଂ ତାଙ୍କୁ ରେଳ ଷ୍ଟେସନରେ ରାଜେଶ କୁମାର ମଧୁକର ଓ ପ୍ରେମଶଙ୍କର ପାଣ୍ଡେ ଦୁଇ ଜଣ ବ୍ୟକ୍ତି ରିସିଭ କରିଥିଲେ। ତା’ପରେ 5.5.2024 ରେ ସେ ଅନ୍ୟ ତିନି ଅଭିଯୁକ୍ତଙ୍କ ସହ ପରୀକ୍ଷା ପାଇଁ ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.8 ° C
    22.8 °
    22.8 °
    96 %
    1.7kmh
    51 %
    Sun
    23 °
    Mon
    24 °
    Tue
    29 °
    Wed
    26 °
    Thu
    25 °

    ସମ୍ବନ୍ଧିତ