Monday, March 30, 2026
33.2 C
Odisha

    ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଷ୍ଟରମାଇଣ୍ଡ ସମେତ ଦୁଇ ଛାତ୍ର ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ଏହି ଗ୍ୟାଙ୍ଗ ସହ ଜଡିତ ଦୁଇଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଜାମସେଦପୁରରୁ ବି.ଟେକ ଗ୍ରାଜୁଏଟ। ମାମଲା ସହିତ ସମ୍ପୃକ୍ତି ପାଟନା ଏମ୍ସର ଚାରି ଏମବିବିଏସ ଛାତ୍ରଙ୍କୁ ଗିରଫ କରିବା ପରେ ରାଜସ୍ଥାନ ଭରତପୁରରୁ ଦୁଇ ଏମବିବିଏସ ଛାତ୍ରଙ୍କୁ ସିବିଆଇ ଗିରଫ କରିଛି। ଗିରଫ ଛାତ୍ରମାନେ ଭରତପୁର ମେଡିକାଲ କଲେଜର ଛାତ୍ର। ଏହି ସମସ୍ତେ ପ୍ରଶ୍ନପତ୍ର ସମାଧାନ ପାଇଁ ମେ’ ୫ ସକାଳେ ହାଜରିବାଗରେ ଉପସ୍ଥିତ ଥିଲେ। ଗିରଫ ହୋଇଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣେ ପ୍ରଥମ ବର୍ଷର ଛାତ୍ର ଏବଂ ଆଉଜଣେ ଦ୍ୱିତୀୟ ବର୍ଷର ଛାତ୍ର। ସେମାନଙ୍କ ନାମ କୁମାର ମଙ୍ଗଲମ ଏବଂ ଦୀପେନ୍ଦ୍ର ଶର୍ମା ବୋଲି ଜଣାପଡିଛି। ଜୁଲାଇ ୧୯ ରେ, ଆରଆଇଏମ’ର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ