Sunday, October 4, 2026
29.6 C
Odisha

    ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । କମିସନରେଟ୍ ପୋଲିସ୍ ଅଧିନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ସୁରୁଖୁରରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କମିସନର ସଂଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିସନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା, ବିଏମସି କମିସନର୍ ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।

    ଏହାସହ ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ୍ ଏସିପି, ତହସିଲଦାର, ବିଡିଓ, ଏବଂ ଅବକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବା ନେଇ ବୈଠକରେ ଆଲୋଚନା ହୋଇଛି । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ୍ କାମ କରିବ । ଏହାସହ ରାସ୍ତାରୁ ନିର୍ବାଚନ ଦଳ ଗୁଡିକର ପୋଷ୍ଟର ହଟିବ ଏବଂ ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଗାଇଡଲଗାଇନ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଚର୍ଚ୍ଚା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ