Wednesday, March 25, 2026
23 C
Odisha

    ନିର୍ବାଚନ ପରେ ସୁନା ଦର ୭୦ ହଜାର ଛୁଇଁବ

    ଆଗକୁ ପଢନ୍ତୁ

    ଗୋଟିଏ ପଟେ ଦେଶର ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି। ଅନ୍ୟପଟେ ସୁନା ଦର ନୂଆ ଶିଖ ଛୁଇଁବାରେ ଲାଗିଛି। ସାଧାରଣତଃ ଏହା କ୍ୱଚିତ୍ ଦେଖାଯାଇଥାଏ। ବୁଧବାରର ବାଣିଜ୍ୟ ଅଧିବେଶନରେ ସୁନା ଦର ୬୫,୦୦୦ ଟଙ୍କାରୁ ଅଧିକ ରେଞ୍ଜରେ କାରବାର କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟରେ ଆହୁୂରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ବଜାର ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଲୋକସଭା ନିର୍ବାଚନ ପରେ ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ଦର ବୃଦ୍ଧି ହେବାର ଦୁଇଟି କାରଣ ଥାଇପାରେ। ସେଥିରୁ ଗୋଟିଏ ହେଉଛି ଦେଶରେ ଏକ ସ୍ଥିର ସରକାର। ଦ୍ୱିତୀୟ କାରଣଟି ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ବାରା ସୁଧ ହାର ନିର୍ଣ୍ଣୟ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି କାରଣ କିପରି ଭାବେ ଘରୋଇ ବଜାରରେ ସୁନା ମୂଲ୍ୟକୁ ନୂତନ ଉଚ୍ଚତାକୁ ନେଇପାରିବ। ଯଦି ବଜାର ବିଶେଷଜ୍ଞମାନଙ୍କ କଥାକୁ ବିଶ୍ବାସ କରାଯାଏ ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ମେ‘ ପହିଲା ରେ ସୁଧ ହାରରେ ଏକ ବଡ଼ ହ୍ରାସ କରିପାରେବ, ଯାହାର ସୂଚନା ଫେଡେରାଲ ବ୍ୟାଙ୍କ ମୁଖ୍ୟଙ୍କ ଭାଷଣରୁ ସ୍ପଷ୍ଟ ଭାବରେ ସଚନା ମିଳୁଛି। ତେବେ ଆସନ୍ତା ମେ’ ମାସରେ ସୁନା ମୂଲ୍ୟ ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ। ଏହାର ଅର୍ଥ ହେଉଛି ସୁନା ମୂଲ୍ୟ ବର୍ତ୍ତମାନର ସ୍ତରରୁ ଆହୁରି ୫୪୦୦ ଟଙ୍କା ବୃଦ୍ଧି ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23 ° C
    23 °
    23 °
    74 %
    1.1kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ