Wednesday, March 25, 2026
23 C
Odisha

    ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ରାଞ୍ଚି ପୋଲିସର ଯୁକ୍ତି, ମୂଷା ଖାଇଦେଲେ ୨ଶହ କେଜିର ମାରିଜୁଆନା

    ଆଗକୁ ପଢନ୍ତୁ

    ମୂଷା ଖାଇଦେଲେ ୨ଶହ କେଜିର ମାରିଜୁଆନା । ଏକ ହାଇପ୍ରୋଫାଇଲ ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ରାଞ୍ଚିର ପୋଲିସ ଯୁକ୍ତିରେ କୋର୍ଟ ତାଜୁବ ହୋଇଛନ୍ତି । ପୋଲିସ ଜବତ କରି ରଖିଥିବା ୨ଶହ କେଜି ଓଜନର ମାରିଜୁଆନା ବା ଗଞ୍ଜେଇକୁ ମୂଷା ନଷ୍ଟ କରିଦେଇଥିବା ପୋଲିସ ପକ୍ଷରୁ କୋର୍ଟରେ ତଥ୍ୟ ରଖାଯାଇଛି । ଏହି ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ।

    ୨୦୨୨ ଜାନୁଆରୀରେ ଏହାକୁ ପୋଲିସ ଜବତ କରିଥିଲା । ଏହି ମାମଲାରେ ରାଞ୍ଚିର ଏକ କୋର୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ରାଞ୍ଚିରୁ ରାମଗଡ଼କୁ ଏକ ବୋଲେରରେ ମାରିଜୁଆନା ଚାଲାଣ ହେଉଥିବା ବେଳେ ପୋଲିସ ଏହାକୁ ଜବତ କରିବା ସହ ଇନ୍ଦ୍ରଜିତ ରାୟ ଓରଫ ଅନୁରଜିକୁ ପୋଲିସ ଗିରଫ କରିଥିଲା । ଗାଡ଼ିରେ ଥିବା ଆଉ ଦୁଇଜଣ ଫେରାର ହୋଇଯାଇଥିଲେ । ପରେ ଏନଡିପିଏସ ଆଇନରେ ମାମଲା ରୁଜୁ ସହ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ପୋଲିସ । କିନ୍ତୁ ଅଭିଯୁକ୍ତ ବିରୋଧରେ କୌଣସି ପ୍ରମାଣ ଉପସ୍ଥାପନ କରିପାରିନଥିଲା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23 ° C
    23 °
    23 °
    74 %
    1.1kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ