Friday, June 12, 2026
27.8 C
Odisha

    ପକ୍ଷୀ ଗଣନା ଶେଷ,ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ଚଳିତବର୍ଷ ମୋଟ୍ ୩ ହଜାର ୯୧୫ଟି ପକ୍ଷୀ ଗଣନା କରାଯାଇଛି । ପ୍ରାୟ ୫୩ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିଲା । ମହାନଦୀ ଗଣ୍ଡରେ ସର୍ବାଧିକ ୧ ହଜାର ୧୭ ଟି ବଡ଼ ହ୍ଵିସିଲିଙ୍ଗ୍ ଡକ୍ ରହିଛନ୍ତି ।
    ସେହିପରି ଦୁଇଟି ପ୍ରଜାତିର କର୍ମୋରାଣ୍ଟ ପକ୍ଷୀ ମଧ୍ୟ ଆସିଥିବା ଜଣାପଡ଼ିଛି। ୫୩ ପ୍ରଜାତି ପକ୍ଷୀଙ୍କ ମଧ୍ୟରୁ ଅଧିକାଂଶ ପକ୍ଷୀ ସାଇବେରିଆ ଅଞ୍ଚଳରୁ ଆସିଛନ୍ତି। ଏହି ପକ୍ଷୀମାନେ ଶୀତ ଋତୁ ହେଲେ ମହାନଦୀ ଗଣ୍ଡ ଅଭିମୁଖେ ଯାତ୍ରା କରିଥାନ୍ତି। ସେପଟେ ଗତବର୍ଷ ୩ ହଜାର ୮୪୨ଟି ପକ୍ଷୀ ସାତକୋଶିଆର ମହାନଦୀ ଗଣ୍ଡକୁ ଆସିଥିଲେ।

    ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମହାନଦୀ ଗଣ୍ଡରେ ଗତ ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା ହୋଇଥିଲା । ଏଥିପାଇଁ ୩ଟି ବନଖଣ୍ଡରୁ ପ୍ରାୟ ୧୫୦ ଜଣ ବନ କର୍ମଚାରୀ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    66 %
    4.1kmh
    87 %
    Fri
    30 °
    Sat
    38 °
    Sun
    41 °
    Mon
    41 °
    Tue
    43 °

    ସମ୍ବନ୍ଧିତ