Monday, May 20, 2024
25.6 C
Odisha

    ପଟାଟୋ ପନିର ଟୋଷ୍ଟ

    ଆଗକୁ ପଢନ୍ତୁ

    ପ୍ରତିଦିନ ପରି ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାଦିଷ୍ଟ ଓ ଚଟପଟା ଖାଦ୍ୟ ପଟାଟୋ ପନିର ଟୋଷ୍ଟ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ତା ନୁହେଁ ଏହା ଏପରି ଏକ ଡ଼ିସ ଯାହାକି ସମସ୍ତଙ୍କୁ ପସନ୍ଦ ଆସିବ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ଯାହାକୁ ଆପଣ ଅତି କମ ସମୟରେ ଯେକୌଣସି ସମୟରେ ପ୍ରସ୍ତୁତ କରିପାରିବେ । ଆପଣ ଏହାକୁ ଚା ସହିତ ମଧ୍ୟ ଖାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ପଟାଟୋ ପନିର ଟୋଷ୍ଟ ।

    ଆବଶ୍ୟକୀୟ ସାମଗ୍ରୀ : ମଇଦା ୧୦୦ ଗ୍ରାମ, କଞ୍ଚାଲଙ୍କା ୨ଟି, ପନିର ୨୦୦ଗ୍ରାମ, ଆଳୁ ୨୦୦ଗ୍ରାମ, ତେଲ ଆବଶ୍ୟକ ଅନୁସାରେ, ଲୁଣ ସ୍ୱାଦ ଅନୁସାରେ, କଳାଲୁଣ ଅଳ୍ପ ।
    ପ୍ରସ୍ତୁତି ପ୍ରଣାଳୀ : ପଟାଟୋ ପନିର ଟୋଷ୍ଟ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ପନିର, ସିଝାଆଳୁ, କଞ୍ଚାଲଙ୍କା, ଲୁଣ ଓ କଳାଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ । ଅନ୍ୟଏକ ପାତ୍ରରେ ମଇଦାରେ ଅଳ୍ପ ପାଣିଦେଇ ଗୋଳାଇ ରଖିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଆଉ ତାପରେ ଆଳୁର ମିଶ୍ରଣକୁ ଲମ୍ବା ଲମ୍ବା କରି ମଇଦାରେ ଗୋଳାଇ ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଟାଟୋ ପନିର ଟୋଷ୍ଟ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    80 %
    2.2kmh
    0 %
    Sun
    25 °
    Mon
    41 °
    Tue
    43 °
    Wed
    42 °
    Thu
    40 °

    ସମ୍ବନ୍ଧିତ