Sunday, October 11, 2026
29.5 C
Odisha

    ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା

    ଆଗକୁ ପଢନ୍ତୁ

    ରାଜନଗର : ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ସାଇନ୍ ଡାଏ ଘୋଷଣା । ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଘୋଷଣା କଲେ ସାଇନ୍ ଡାଏ । ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ।

    ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା । ବିସିଜେଡି ସମର୍ଥୀତ ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ ଏହାପରେ ଦୀପଙ୍କର ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲ ରେ ଚିକିତ୍ସା ହେଉଥିବା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

    ପରେ ରାଜନଗର ବିଧାୟକ ଧୃବ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଦୀପଙ୍କର ଙ୍କ ସୁରକ୍ଷା ଦାବିକରି ସମର୍ଥକ ମାନଙ୍କ ସହିତ ଧାରଣାରେ ବସିଥିଲେ । ଫଳରେ ଛାତ୍ର ଅଶାନ୍ତି କୁ ନଜରରେ ରଖି କଲେଜ ଅଧ୍ୟକ୍ଷ ନିର୍ବାଚନ ବାତିଲ ସହିତ କଲେଜ କୁ ସାଇନ୍ ଡାଏ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ