Sunday, January 11, 2026
20.4 C
Odisha

    ପବିତ୍ର ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ

    ଆଗକୁ ପଢନ୍ତୁ

    ଭଦ୍ରକ : ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ । ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେବେ ବାବାମଣି । ଧର୍ମ ଓ ବ୍ରତର ମାସ କାର୍ତ୍ତିକ ମାସ । ଆଉ ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ସୋମବାର ଓ ଦୀପାବଳି ଅମାବାସ୍ୟା ହୋଇଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଲାଣି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ।

    କାର୍ତ୍ତିକ ମାସ ହୋଇଥିବାରୁ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ପୀଠରେ । ଭକ୍ତମାନେ ବାବାଙ୍କ ଦର୍ଶନ କରିବା ସହ ନିଜ ନିଜର ମାନସିକ ଭୋଗ ଲାଗି କରୁଛନ୍ତି । କାର୍ତ୍ତିକ ମାସ ତମାମ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମାସ ତମାମ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବାବାମଣି । ଆଜି ଦୀପାବଳି ଅମାବାସ୍ୟା ହୋଇଥିବାରୁ ପୁରାତନ ପରମ୍ପରା ଅନୁସାରେ ଆଜି ରାତ୍ର ନଅ ଘଟିକାରେ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ । ଯାହାକି ବର୍ଷ ର ଦୁଇ ଥର ମହାଦୀପ ଉଠିଥାଏ ଆରଡ଼ି ଆଖଣ୍ଡଳମଣି ପୀଠରେ ।

    ଆଜିର ଏହି ଦିନରେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣୀଙ୍କ ପୀଠରେ ହେଉଥିବା ନୀତିକାନ୍ତିକୁ ଦେଖିବା ପାଇଁ ଚାରିଆଡୁ ଭକ୍ତ ଛୁଟି ଆସନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    24 %
    2kmh
    1 %
    Sun
    19 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ