Monday, April 6, 2026
35.2 C
Odisha

    ପାକିସ୍ତାନକୁ ଚେତାବନୀ ଦେଲା ସାଉଦି ଆରବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ଭିକାରୀ ସାଉଦି ଆରବରେ ବଢି ଚାଲିଛନ୍ତି। ଏନେଇ ସାଉଦି ସରକାର ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ ଦେଇଛି। ଉମରାହ (ତୀର୍ଥଯାତ୍ରା) ଭିସାରେ ଭିକାରୀଙ୍କୁ ନ ପଠାଇବାକୁ କୁହାଯାଇଛି। ସାଉଦି ହଜ୍‌ ମନ୍ତ୍ରାଳୟ ଏହା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯଦି ସ୍ଥିତିକୁ ନିୟନ୍ତ୍ରଣ ନ କରାଯାଏ ତେବେ ଏହାର ପ୍ରଭାବ ପାକିସ୍ତାନୀ ଉମରାହ ଏବଂ ହଜ୍‌ ଯାତ୍ରୀଙ୍କ ଉପରେ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ସାଉଦିର ଚରମବାଣୀ ପରେ ପାକିସ୍ତାନ ସରକାର ଅକଲରେ ପଡି ଯାଇଛନ୍ତି। ଭିକାରୀଙ୍କ ସାଉଦି ଯାତ୍ରା ଉପରେ କଟକଣା ଲାଗି ଉମରାହ ଆଇନରେ ସଂଶୋଧନ କରାଯିବ ବୋଲି କହିଛନ୍ତି। ଏହା ଅଧିନରେ ପାକିସ୍ତାନ ଟ୍ରାଭେଲ ଏଜେନ୍ସି ଏବଂ ଭିକାରୀଙ୍କ ଉପରେ ନଜର ରଖାଯିବ। ସୂଚନା ଅନୁଯାୟୀ ପାକିସ୍ତାନୀ ଭିକାରୀ ଏହି ଭିସାରେ ଯାଇ ସାଉଦି ରହି ଭିକ ମାଗୁଛନ୍ତି। ଏଥିଯୋଗୁଁ ପର୍ଯ୍ୟଟକ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗତ ମେ’ ମାସରେ ସାଉଦି ସରକାର ବିନା ଅନୁମତିରେ ହଜ୍‌ ଯାତ୍ରାକୁ ନେଇ ଫତୱା ଜାରି କରିଥିଲେ। ଏପରି ଯାତ୍ରା କଲେ ୧୦ ହଜାର ରିୟାଲ (ପ୍ରାୟ ୨.୨୨ ଲକ୍ଷ ଟଙ୍କା) ଜରିମାନା ଲଗାଯିବ ବୋଲି କହିଥିଲେ। ପୂର୍ବକୁ ପାକିସ୍ତାନର ଅନେକ ଭିକାରୀଙ୍କୁ ସାଉଦି ସରକାର ଗିରଫ କରିଥିଲେ। ଗତ ବର୍ଷର ଏକ ରିପୋର୍ଟ ଅନୁଯାୟୀ ବିଶ୍ବରେ ଗିରଫ ହେଉଥିବା ଭିକାରୀଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନୀ ସାମିଲ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ