Monday, December 15, 2025
13.9 C
Odisha

    ପାକିସ୍ତାନର ଫ୍ରଣ୍ଟିଅର କର୍ପସ ମୁଖ୍ୟାଳୟ ଉପରେ ଆକ୍ରମଣ, ୩ ମୃତ

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନ ପେଶାୱରରେ ଆକ୍ରମଣ । ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ‘ଫ୍ରଣ୍ଟିଅର କର୍ପସ’ ର ମୁଖ୍ୟାଳୟ ଉପରେ ଆକ୍ରମଣ । ବିସ୍ଫୋରଣ ପରେ ଗୁଳିମାଡ଼ ହୋଇଛି । ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ପରେ ଜୋରଦାର ଗୁଳିମାଡ଼ ହୋଇଛି । ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ଅନୁମାନ କରାଯାଉଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରବେଶ ପଥକୁ ଟାର୍ଗେଟ କରିଥିବାବେଳେ ଅନ୍ୟ ଜଣେ ସୁରକ୍ଷା ଘେର ଭିତରକୁ ପଶିଯାଇଥିଲା । ୪ ରୁ ୬ ଜଣ ସଶସ୍ତ୍ର ଆକ୍ରମଣକାରୀ ମୁଖ୍ୟାଳୟ ଭିତରକୁ ପଶିଥିଲେ । ଆତ୍ମଘାତୀ ବିସ୍ଫୋରଣ ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

    ପାକିସ୍ତାନ ସୁରକ୍ଷା ବାହିନୀ ତୁରନ୍ତ ସେହି ଅଞ୍ଚଳକୁ ଘେରି ଯାଇଥିଲେ । ନିକଟସ୍ଥ ସାମରିକ ବେସ୍ କୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିଦିଆଯାଇଛି । ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ପରିସ୍ଥିତି ଗମ୍ଭୀର ଥିବାରୁ ମୃତାହତଙ୍କ ସଠିକ୍ ସଂଖ୍ୟା ଜଣାପଡିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    59 %
    1.1kmh
    0 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ