Saturday, January 31, 2026
15.5 C
Odisha

    ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇଲେ ହରଭଜନ ସିଂ, ଭିଡିଓ ଭାଇରଲ ପରେ ଚାରିଆଡେ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ଆବୁଧାବି : ପହଲଗାମ ଆକ୍ରମଣକୁ ଭୁଲିଗଲେ ହରଭଜନ ସିଂ । ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇଲେ ଏବଂ ହସି ହସି କଥା ହେଲେ । ଯାହାକୁ ନେଇ ବିବାଦରେ ଫସିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ ।ଖବର ମୁତାବକ, ଆବୁଧାବିରେ ଏବେ ଟି୧୦ କ୍ରିକେଟ୍ ଲିଗ୍ ର ନଭେମ୍ବର ୧୯ ତାରିଖରେ ଆସପିନ୍ ଷ୍ଟାଲିଅନ୍ସ ଏବଂ ନର୍ଦର୍ଣ୍ଣ ଓ୍ୱାରିଅର୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଷ୍ଟାଲିଅନ୍ସର ନେତୃତ୍ୱ ହରଭଜନ ନେଉଥିବା ବେଳେ ଓ୍ୱାରିଅର୍ସର ଅଧିନାୟକ ଥିଲେ ପାକିସ୍ତାନୀ ଖେଳାଳି ଶାହନଓ୍ବାଜ ଦହାନୀ ।ଓ୍ୱାରିଅର୍ସ ପ୍ରଥମେ ବ୍ୟାଟିଂ କରି ୧୧୪ ରନ୍ କରିଥିଲା । ଜବାବରେ ହରଭଜନ ସିଂଙ୍କ ଦଳ ୪ ରନ ପଛରେ ରହିଯାଇଥିଲା । ତେବେ ମୁକାବିଲା ପରେ ଶାହନଓ୍ୱାଜ ହରଭଜନଙ୍କ ପାଖକୁ ଆସିଥିଲେ । ଉଭୟ ହସି ହସି କଥା ହେବା ସହ ହାତ ମିଶାଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଫ୍ୟାନ୍ସ ହରଭଜନ ସିଂହଙ୍କୁ ନେଇ ଚର୍ଚ୍ଚା ଚାଲିଛି ।

    ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ଭଲ ନାହିଁ । ଏସିଆ କପରୁ ଉଭୟ ଦେଶର ଖେଳାଳି କ୍ରିକେଟ୍ ମ୍ୟାଚରେ ପରସ୍ପର ସହ ହାତ ମିଳାଉ ନାହାଁନ୍ତି । ଏସିଆ କପ ଠାରୁ ଏଭଳି ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.5 ° C
    15.5 °
    15.5 °
    81 %
    1.1kmh
    74 %
    Sat
    30 °
    Sun
    31 °
    Mon
    32 °
    Tue
    32 °
    Wed
    34 °

    ସମ୍ବନ୍ଧିତ