Friday, April 3, 2026
36.1 C
Odisha

    ପାକିସ୍ତାନ ଗୁଳିମାଡ଼ରେ ଏଡିଡିସି ରାଜ କୁମାର ଥାପାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୁଧୁରୁନି ପାକିସ୍ତାନ। ବାରମ୍ବାର ଉସୁକାଇବା ପରି କାମ କରି ସେନା ଜବାନଙ୍କୁ ରଗାଉଛି। ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଆଜି ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ ଦେଖିବାକୁ ମିଳିଛି। ଫଳରେ ଜମ୍ମୁ-କାଶ୍ମୀରର ଜଣେ ଅଧିକାରୀଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଛି ।

    ଭାରତୀୟ ସେନାର ସୂଚନା ମୁତାବକ, ରାଜୌରୀ ଜିଲ୍ଲାରେ ଥିବା ସରକାରୀ କ୍ବାର୍ଟରରେ ପାକିସ୍ତାନର ଗୁଳିମାଡ ହେବାରୁ ରାଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିସନ (ଏଡିଡିସି) ରାଜ କୁମାର ଥାପାଙ୍କ ସହ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଆହତ ହେବା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ରାଜକୁମାର ଥାପାଙ୍କ ମୃତ୍ୟୁ ହୋଇଛି ।

    ଅନ୍ୟ ଦୁଇଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଏନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏକ୍ସରେ ଏକ ପୋଷ୍ଟ୍‌ କରି ଏହି ଦୁଃଖଦ ଖବର ଜଣାଇବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ