Saturday, January 31, 2026
30.2 C
Odisha

    ପାଟି ଦୁର୍ଗନ୍ଧ ଲାଗି ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଅନେକ ସମୟରେ ୨ଥର ବ୍ରଶ କରିବା ପରେ ମଧ୍ୟ ଲୋକଙ୍କର ନିଶ୍ବାସ ନେଲାବେଳେ ଅଜବ ପ୍ରକାରର ଦୁର୍ଗନ୍ଧ ବାହାରିଥାଏ । ପାଟି ଦୁର୍ଗନ୍ଧ ହେବା କାରଣରୁ ଆପଣଙ୍କୁ ଲୋକଙ୍କ ସାମନାରେ ଲଜ୍ଜିତ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବାକୁ ଯାଉଛୁ ଯାହାର ବ୍ୟବହାର ଦ୍ବାରା ନିଶ୍ବାସ ଦୁର୍ଗନ୍ଧ ହେବାରୁ ମୁକ୍ତି ପାଇ ପାରିବେ ।

    ଆମେ ପ୍ରତିଦିନ ଖାଇସାରିବା ପରେ ଭଲ ଭାବରେ କୁଳି କରି ପାଟି ସଫା କରିବା ଦରକାର । ନ ହେଲେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଦାନ୍ତସନ୍ଧିରେ ରହି ଦୁର୍ଗନ୍ଧ ସୃଷ୍ଟି କରିଥାଏ । ତେବେ ଜଣେ ଡାଇବେଟିସ୍‌ ରୋଗୀ ଏଥିପ୍ରତି ସତର୍କ ହେବା ନିହାତି ଦରକାର । ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଏଥିପାଇଁ ଦାୟୀ ଜୀବାଣୁ ଦାନ୍ତକୁ ମଜଭୁତ କରୁଥିବା ଟିସୁକୁ ଦୁର୍ବଳ କରିଦିଏ । ଏଥିଯୋଗୁ ପାଟିରୁ ଖରାପ ଦୁର୍ଗନ୍ଧ ବାହାରିବା ସହ ମାଢ଼ି ଲାଲ୍‌ ପଡ଼ିଯାଏ, ରକ୍ତ ବାହାରେ ଏବଂ ଦାନ୍ତ ଦୁର୍ବଳ ହୋଇପଡ଼େ ।

    ଏପରି ସମସ୍ୟା ଡାଇବେଟିସ୍‌ ରୋଗୀ ଶରୀରରେ କୋଟାଏସିଡୋସିସ୍‌ ନାମକ ତତ୍ତ୍ୱ ସୃଷ୍ଟି କରିଥାଏ । ଏହାର ମାତ୍ରା ଅଧିକ ହୋଇଗଲେ ଜଣେ ଡାଇବେଟିସ୍‌ ରୋଗୀକୁ ବାରମ୍ବାର ପରିସ୍ରା ଲାଗିବା ସହ ବାନ୍ତି ଲାଗେ, ରକ୍ତରେ ଗୁକ୍ଲୋଜର ସ୍ତର ବଢ଼ିଯାଏ, ଏପରି କି ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ।  ପ୍ରତିଦିନ ଦାନ୍ତକୁ ଦୁଇଥର ବ୍ରସ କରନ୍ତୁ। ଜିଭକୁ ମଧ୍ୟ ଭଲଭାବରେ ସଫା କରିବାକୁ ଭୁଲନ୍ତୁ ନାହିଁ ।  ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖନ୍ତୁ ।

    ନିଶ୍ବାସ ଦୁର୍ଗନ୍ଧକୁ ଦୂର କରିବା ପାଇଁ ଟୀ ଟ୍ରୀ ତେଲର ବ୍ୟବହାର କରନ୍ତୁ । ଟୀ ଟ୍ରୀ ତେଲ ମୁହଁକୁ ଫ୍ରେଶନେସ ଦେବା ସହିତ ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦେଇଥାଏ ।

    ଆପୁଲ ଭିନେଗାର ପାଟିର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ପାଇଁ ଅଧା କପ ପାଣିରେ ଦୁଇ ଚାମଚ ଭିନେଗାର ମିଶାଇ ମୁହଁରେ ରଖନ୍ତୁ । ୨୦ ମିନିଟ ପରେ ଏହାକୁ କୁଳି କରନ୍ତୁ ।  ଏହିଭଳି କରିବା ଦ୍ବାରା ନିଶ୍ବାସର ଦୁର୍ଗନ୍ଧ ଦୂର ହୋଇଯାଇଥାଏ ।

    ନଡିଆ ତେଲ ନିଶ୍ବାସର ଦୁର୍ଗନ୍ଧକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ମୁହଁରେ ଏକ ଚାମଚ ନଡିଆ ତେଲ ପକାଇ ୨୦ ମିନିଟ ପର‌୍ୟ୍ୟନ୍ତ ଚାରି ଆଡକୁ ବୁଲାନ୍ତୁ । ଏହିଭଳି କରିବା ଦ୍ବାରା ପାଟିରେ ହେଉଥିବା ଦୁର୍ଗନ୍ଧ କମ୍ ହୋଇଯାଏ ।

    ପାନମଧୁରୀକୁ ମାଉଥ୍ ଫ୍ରେସନର ରୂପେ ନିଆଯାଏ । ଏହା ମୁହଁରେ ଥିବା କିଟାଣୁକୁ ମାରିବାରେ ସହାୟକ ହୋଇଥାଏ ।  ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା ପରେ ଏକ ଚାମଚ ପାନମଧୁରୀ ଦ୍ବାରା ହେଉଥିବା ଦୁର୍ଗନ୍ଧ ଦୂର ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    23 %
    3.2kmh
    83 %
    Sat
    28 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ