Thursday, March 26, 2026
24.8 C
Odisha

    ପାରଳା‌ଖେମୁଣ୍ଡିରେ ୩୬.୬ ଡିଗ୍ରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିଚାଲିଛି। ଆଜି ପାରଳା‌ଖେମୁଣ୍ଡିଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୩୬, ଝାରସୁଗୁଡ଼ାରେ ୩୫.୬, ସୁନ୍ଦରଗଡ଼ରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାରେ ତାତି ଟିକିଏ କମ୍‌ ରହିଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗତକାଲି ପରି ସ୍ଥିତି ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗିରହିବ।

    ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ସେପଟେ ଲଗାତାର ୧୪ ଦିନ ହେଲା ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦୃଶ୍ୟମାନ ହେଉଛି। ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟର ଉପସ୍ଥିତ
    ହେତୁ ଏହା କୁହୁଡ଼ି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଭାରତୀୟ ପାଣିପାଗ
    ବିଭାଗ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ