Friday, April 3, 2026
39 C
Odisha

    ପାରିବାରିକ କଳହର କରୁଣ ପରିଣତି: କାଶୀପୁରରେ ଜୀବନ ହାରିଲେ ଦଂପତି

    ଆଗକୁ ପଢନ୍ତୁ

    ରାୟଗଡ଼ା/କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକ କୁପାଖାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ଗ୍ରାମର ଅଭି ଝୋଡ଼ିଆ ଦ୍ଵିତୀୟ ପତ୍ନୀଙ୍କ ସହିତ ଏକ ପଣସ ଗଛରେ ଝୁଲି ପଡ଼ି ଥିବା ଜଣାଯାଇଛି। ଏତଲା ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦର ବ୍ୟବସ୍ଥା କରିଛି। ପ୍ରାୟ ପାଞ୍ଚ ବର୍ଷ ତଳେ ଅଭି ଝୋଡିଆ ସ୍ଥାନୀୟ କଂସାରି ଗୁଡ଼ାଗ୍ରାମର ଜଣକୁ ବିବାହ କରିଥିଲେ। ବାହା ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ପିଲା ଛୁଆ ନ ଥିବାରୁ ଗତ ନଭେମ୍ବର ମାସରେ ଅଣ୍ଡିରାକଞ୍ଚ ଗ୍ରାମର ଝିଅ ଅମିତା ଝୋଡ଼ିଆଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ। କିନ୍ତୁ ପ୍ରଥମପତ୍ନୀ ଏଥିରେ ରାଜି ନ ଥିବାରୁ ପରିବାରରେ ଅଶାନ୍ତି ରହୁ ଥିଲା। ଗତକାଲି ରାତିରେ ଅଭି ଝୋଡ଼ିଆ ଦ୍ଵିତୀୟ ପତ୍ନୀଙ୍କ ସହ ଘରୁ ବାହାରି ଥିଲେ।

    ଆଜି ସକାଳେ ପତି-ପତ୍ନୀଙ୍କ ମୃତଦେହ ଗାଁ ପାଖ ଏକ ପଣସ ଗଛରେ ଝୁଲୁ ଥିବାର ଦେଖି ମୃତକଙ୍କ ପରିବାରର କାମଦେବ ଝୋଡିଆ ଓ ସୁଆଧର ଝୋଡିଆ  ଅଣ୍ଡିରାକଞ୍ଚ ଥାନାରେ ଏତଲା ଦେଇଥିଲେ। ଏହି ଏତଲାରେ ସେମାନେ ଉଲେଖ କରି କହିଛନ୍ତି ‌‌‌ଯେ ସେମାନଙ୍କ ମଧ୍ୟରେ କୌଣସି ଝଗଡା ନଥିଲା କିମ୍ବା ଆମେ କେବେ ଦେଖିନାହୁଁ।

    ଆଜି ଅଣ୍ଡିରାକଞ୍ଚ ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନଂ୩/୨୫ ରେ ୧୯୪(ବିଏନଏସଏସ)ରେ ତଦନ୍ତ କରୁଛି। ଏହି ଘଟଣାରେ ତଦନ୍ତ ପାଇଁ ସବ ଇନିସପେକ୍ଟର ୟୁ ସେଠୀଙ୍କୁ ଦାୟିତ୍ବ ଦିଆଯାଇଛି। କିଛିଦିନ ହେଲା କାଶୀପୁର ବ୍ଲକରେ ଆତ୍ମହତ୍ୟା ପ୍ରବଣତା ଅହେତୁକ ଭାବେ ବୃଦ୍ଧି  ପାଇଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ