Wednesday, October 14, 2026
24.8 C
Odisha

    ପାରିବାରିକ ସମସ୍ୟା ! ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

    ଆଗକୁ ପଢନ୍ତୁ

    ଭଦ୍ରକ : ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ । ଭଦ୍ରକ ଜିଲ୍ଲା ବାଉଦପୁର ଷ୍ଟେସନର କିଛି ଦୂରରେ ଟ୍ରେନ ଆଗକୁ ଡେଇଁଲେ ଯୁବକ । ମୃତ ଯୁବକ ହେଲେ ବିଟୁ ପ୍ରସାଦ । ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ଜଲ ପାଇଗୁଡ଼ି ଜିଲ୍ଲାର ସଜନାବର ଗାଁର ବୋଲି ସୂଚନା ରହିଛି । ଆଜି ଯୁବକ ଜଲପାଇ ଗୁଡିରୁ କେରଳ ଅଭିମୁଖେ ନିଜ ସାଙ୍ଗ ମାନଙ୍କ ସହ ବସି କାମ କରିବା ପାଇଁ ଯାଉଥିଲେ। ଟ୍ରେନ ସ୍ଲୋ ଥିବା ବେଳେ ହଠାତ ବାଉଦପୁର ଠାରେ ଅନ୍ୟ ଏକ ଦ୍ରୁତ ଗାମୀ ଟ୍ରେନ ଆଗକୁ ସମ୍ପୃକ୍ତ ଯୁବକ ଜଣଙ୍କ ଡେଇଁ ପଡ଼ିଥିଲେ । ଟ୍ରେନରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ତାଙ୍କ ସାଙ୍ଗ ମାନେ ଜିଆରପିକୁ ଖବର ଦେଇଥିଲେ । ପାରିବାରିକ ସମସ୍ୟା ପାଇଁ ଜୀବନ ହାରିଥାଇପାରନ୍ତି ବୋଲି ତାଙ୍କ ସାଙ୍ଗ ମାନେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ