କୋରାପୁଟ : ପିକନିକ ସାଜିଲା କାଳ । ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । କୋରାପୁଟ ଜିଲ୍ଲାରେ ଘଟିଲା ଏମିତି ଦୁଃଖଦାୟକ ଘଟଣା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ତଳମିଟିଂ ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଯୁବକ ଜଣକ ପିକନିକ ପାଇଁ ସେମିଳିଗୁଡାରୁ ଆସିଥିଲେ । ଯୁବକ ଜଣକ ଜଳପ୍ରପାତରେ ଗାଧୋଉଥିବା ସମୟରେ ତାଙ୍କର ମୃତ୍ୟୁ ହେଇଥିବା ସ୍ପଷ୍ଟ କରିଛି ଲକ୍ଷ୍ମୀପୁର ପୁଲିସ ।

