Saturday, January 4, 2025
14.2 C
Odisha

    ପିଲାଙ୍କୁ କିପରି ଠିକ୍ ମାର୍ଗରେ ନେବେ, ଅଭିଭାବକମାନେ ଆପଣାନ୍ତୁ ଏହି ସବୁ ଟିପ୍ସ

    ଆଗକୁ ପଢନ୍ତୁ

    ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣଭୂମିକା ରହିଛି ଅଭିଭାବକଙ୍କର । କାରଣ ସେମାନେ ହିଁ ହୋଇଥାନ୍ତି ପିଲାମାନଙ୍କର ପ୍ରଥମ ଗୁରୁ । ଯଦି ଆପଣ ବି ନିଜ ପିଲାଙ୍କ ପାଇଁ ଆଦର୍ଶ ଅଭିଭାବକ ହେବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଏଠାରେ କିଛି ଟିପ୍ସ…

    ସ୍ନେହ ଆଦର କରନ୍ତୁ : ପିଲାଙ୍କୁ ଆକଟ କରିବା ଆଳରେ ଅନେକ ଅଭିଭାବକ ଗାଳି କିମ୍ବା ମାଡ଼ ଦେବାକୁ ବି ପଛାଇ ନଥାନ୍ତି । ହେଲେ ଏହା କରିବା ଫଳରେ ପିଲାମାନେ ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଆନ୍ତି । ତେଣୁ ଏପରି ନକରି ପିଲାଙ୍କୁ ଯଥେଷ୍ଟ ସ୍ନେହ, ଆଦର ଏବଂ ଭଲ ପାଇବା ଦିଅନ୍ତୁ ଦେଖିବେ ସେମାନେ ଆପଣଙ୍କର ପ୍ରତ୍ୟେକ କଥାକୁ ମାନିବେ । ସବର୍ପ୍ରଥମେ ମନେ ରଖିବା ଉଚିତ୍ ଯେ ଭଲ ପାଇବାର ଅର୍ଥ ନୁହେଁ ଯେ ସମାନଙ୍କୁ କୈଣସି କଥାରେ ବାରଣ ନକରିବା ଏବଂ ତାଙ୍କର ସବୁ ଡିମାଣ୍ଡକୁ ପୂରଣ କରିବା । ପିଲାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଡିମାଣ୍ଡକୁ ପୂରଣ କରନ୍ତୁ ।

    ମିଛ କୁହନ୍ତୁ ନାହିଁ : ଛୋଟ ପିଲା ହୁଅନ୍ତୁ କି ବଡ଼ ପିଲା କାହା ଆଗର ମିଛ କହିବା ଆଦୈ ଠିକ୍ ନୁହେଁ । କାରଣ ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇବ । ଯାହା ଦ୍ୱାରା ପିଲାମାନେ ହିଁ ମିଛ କହିବାକୁ ଲାଗିବେ। ତେଣୁ ଆପଣ ସଦା ସର୍ବଦା ପିଲାଙ୍କ ସାମ୍ନାରେ ସତ କହିବା ପାଇଁ ଚେଷ୍ଟା କରନ୍ତୁ ।

    ତୁଳନା କରନ୍ତୁ ନାହିଁ : ଅନେକ ଅଭିଭାବକ ନିଜ ପିଲାଙ୍କୁ ଅନ୍ୟ ପିଲାମାନଙ୍କ ସହ ତୁଳନା କରନ୍ତି ଏବଂ ଅନ୍ୟପରି ସଫଳତା ହାସଲ କରିବା ପାଇଁ ଚାପ ପକାନ୍ତି । ଆଉ କେହି ପିଲାଙ୍କର ସାମାନ୍ୟ ଅସଫଳତାରେ ଗାଳି ମଧ୍ୟ କରିଥାନ୍ତି, ଯାହାକି ପିଲାଙ୍କୁ ମାନସିକ ଆଘାତ ଦେଇଥାଏ । ତେଣୁ ଆପଣଙ୍କୁ ମନେ ରଖିବା ଉଚିତ ଯେ ନିଜ ପିଲାଙ୍କୁ ଅନ୍ୟମାନଙ୍କ ସହ ତୁଳନା ନକରି ସେମାନଙ୍କୁ ଉତ୍ସାହିତ କରନ୍ତୁ । ଯାହା ଦ୍ୱାରା ପିଲାମାନେ ସଠିକ୍ ମାର୍ଗରେ ଗତି କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    14.2 ° C
    14.2 °
    14.2 °
    34 %
    1.3kmh
    26 %
    Fri
    14 °
    Sat
    27 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ