Wednesday, October 14, 2026
22.4 C
Odisha

    ପିଲାଙ୍କ କ୍ଷେତ୍ରରେ ଦେଖାଦେଉଛି କି ଏହି ସବୁ ସମସ୍ୟା? ଯଥାଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

    ଆଗକୁ ପଢନ୍ତୁ

    ଆପଣଙ୍କ ପିଲାଙ୍କୁ ଥକ୍କାପଣ, ଦୁର୍ବଳତା ଓ ଆଳସ୍ୟ ଲାଗିବାର ସଙ୍କେତ ଦେଖାଉଛି କି? ଏହାଛଡ଼ା ଚର୍ମ ହଳଦିଆ ପଡ଼ିବା, ଓଠ ଓ ନଖ ଫିକା ଦେଖାଯାଉଛି କି? ତାହାହେଲେ ଆପଣଙ୍କ ପିଲାଙ୍କୁ ଆନିମିଆ ହୋଇପାରେ। ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଯୋଗାଇ ଦିଅନ୍ତୁ। ନହେଲେ ପଡ଼ିପାରନ୍ତି ବିପଦରେ।

    ପିଲାମାନଙ୍କଠାରେ ରକ୍ତର ଅଭାବ କାହିଁକି ହୁଏ?

    ଛୋଟ ପିଲାମାନଙ୍କଠାରେ ରକ୍ତ ଅଭାବର ଅନେକ କାରଣ ହୋଇପାରେ। ସବୁଠାରୁ ସାଧାରଣ କାରଣ ହେଉଛି ଶରୀରରେ ଆଇରନର ଅଭାବ, ଯାହା ହିମୋଗ୍ଲୋବିନ୍ ତିଆରି ପାଇଁ ଜରୁରୀ। ଯଦି ପିଲାମାନଙ୍କୁ ପର‌୍ୟ୍ୟାପ୍ତ ପୋଷଣ ମିଳୁନି ବା ସେମାନଙ୍କ ଡାଏଟରେ ଆଇରନ୍ କମ୍ ରହୁଛି, ତାହାହେଲେ ଏହି ସମସ୍ୟା ହୋଇପାରେ। ଏହା ବ୍ୟତୀତ, ଭିଟାମିନ୍ ବି-୧୨ ଓ ଫୋଲିକ୍ ଏସିଡର ଅଭାବ ମଧ୍ୟ ଆନିମିଆର କାରଣ ହୋଇପାରେ। କିଛି ମାମଲାରେ ବାରମ୍ବାର ହେଉଥିବା ସଂକ୍ରମଣ, ପେଟରେ କୃମି ବା ପେଟ ସମ୍ବନ୍ଧୀୟ ସମସ୍ୟା ଶରୀରରେ ପୋଷକ ତତ୍ୱର ଅବଶୋଷଣକୁ ପ୍ରଭାବିତ କରେ। ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା ବା କମ୍ ଓଜନର ପିଲାମାନଙ୍କଠାରେ ଏହାର ବିପଦ ଅଧିକ ଥାଏ। ଭୁଲ୍ ଖାଦ୍ୟପେୟ ଆଉ ଅସନ୍ତୁଳିତ ଡାଏଟ୍ ଏହି ସମସ୍ୟାକୁ ଆହୁରି ବଢାଇପାରେ।

     

     

    ଛୋଟ ପିଲାଙ୍କଠାରେ ରକ୍ତ ଅଭାବର ଲକ୍ଷଣ କ’ଣ?

    ରକ୍ତ ଅଭାବର ପ୍ରାରମ୍ଭିକ ଲକ୍ଷଣ କଣ? ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କଠାରେ ଥକ୍କାପଣ, ଦୁର୍ବଳତା ଓ ଆଳସ୍ୟ ଏହାର ସାଧାରଣ ସଙ୍କେତ। ଏହା ବ୍ୟତୀତ, ଚର୍ମ ହଳଦିଆ ପଡିବା, ଓଠ ଆଉ ନଖ ଫିକା ଦେଖାଯିବା ମଧ୍ୟ ଆନିମିଆର ଲକ୍ଷଣ ହୋଇପାରେ। କିଛି ପିଲାମାନଙ୍କଠାରେ ମୁଣ୍ଡ ବୁଲାଇବା, ନିଶ୍ୱାସ ଫୁଲିବା ବା ହୃଦସ୍ପନ୍ଦନ ତୀବ୍ର ହେବା ଦେଖାଯାଇପାରେ। ପାଠ ବା ଖେଳରେ ଧ୍ୟାନ ନ ଲାଗିବା, ଚିଡଚିଡାପଣ ଆଉ ଭୋକ କମ୍ ଲାଗିବା ବି ଏହାର ସଙ୍କେତ ହୋଇପାରେ। ଯଦି ଏହି ଲକ୍ଷଣ ଲଗାତାର ଦେଖାଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

    କେମିତି କରିବେ ପ୍ରତିରୋଧ?

    ରକ୍ତ ଅଭାବରୁ ବଞ୍ଚିବା ପାଇଁ ପିଲାମାନଙ୍କୁ ସନ୍ତୁଳିତ ଓ ପୌଷ୍ଟିକ ଡାଏଟ୍ ଦେବା ଜରୁରୀ। ସେମାନଙ୍କ ଖାଦ୍ୟରେ ତାଜା ପନିପରିବା, ଡାଲି, ଫଳ ଆଉ ଆଇରନ୍ ଭରପୂର ଜିନିଷ ସାମିଲ କରନ୍ତୁ। ଭିଟାମିନ୍-ସି ଯୁକ୍ତ ଜିନିଷ ଯେମିତିକି; କମଳା ଓ ଲେମ୍ବୁ ଆଦି ଖାଇବାକୁ ଦିଅନ୍ତୁ। ସଫାସୁତୁରାର ଧ୍ୟାନ ରଖନ୍ତୁ। ସଠିକ୍ ଖାଦ୍ୟପେୟ ଆଉ ଯତ୍ନ ଦ୍ୱାରା ଏହି ସମସ୍ୟାକୁ ସହଜରେ ରୋକାଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ