Friday, April 3, 2026
39.1 C
Odisha

    ପିସିବି’ର ବଡ଼ ନିଷ୍ପତ୍ତି: ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ବଡ଼ ନିଷ୍ପତ୍ତି। ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଭବିଷ୍ୟତରେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ଯେ, ଭବିଷ୍ୟତରେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ରେ ଆଉ କେବେ ଅଂଶଗ୍ରହଣ କରିବ ନାହିଁ।ପାକିସ୍ତାନ କ୍ରିକେଟ୍‌ର ପରିଚାଳନା ସଂସ୍ଥା ଅନୁଯାୟୀ, ଭାରତ ଲିଜେଣ୍ଡସ୍ ପାକିସ୍ତାନ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରୁ ଓହରିଯିବା ନିଷ୍ପତ୍ତି ନେବା ପରେ ଡବ୍ଲୁସିଏଲର ବୟାନ ଓ କାର୍ଯ୍ୟରେ ସ୍ପଷ୍ଟ ପକ୍ଷପାତିତା ଏବଂ ଦୋହରା ମନୋଭାବ ଦେଖାଯାଇଥିଲା। ପିସିବି କହିଛି, ମ୍ୟାଚ୍‌ରୁ ଜାଣିଶୁଣି ଓହରି ଯାଇଥିବା ଦଳକୁ ପଏଣ୍ଟ ଦେବା ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଜେଣ୍ଡସ୍ ମ୍ୟାଚ୍ ବାତିଲ କରିବା ସମ୍ପର୍କରେ ପ୍ରେସ୍ ବିଜ୍ଞପ୍ତି ଉଭୟ ପକ୍ଷପାତିତାପୂର୍ଣ୍ଣ ଓ କପଟତା ପରିପୂର୍ଣ୍ଣ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ