Monday, April 27, 2026
42 C
Odisha

    ପୁଟିନଙ୍କୁ ଭଗବଦ୍‌ ଗୀତା ଉପହାର ଦେଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଟରନ୍ୟାସନାଲ ପ୍ରୋଟକଲ୍‌ ଭାଙ୍ଗି ପୁଟିନଙ୍କୁ ସ୍ୱାଗତ କରିଥିଲେ ମୋଦୀ । ଏହାପରେ ନିଜ ଗାଡିରେ ବସାଇ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ ଉଭୟ ନେତାଙ୍କ ମଧ୍ୟ କିଛି ସମୟ ଆଲୋଚନା ହେବା ପରେ ରାତ୍ରୀଭୋଜନର ଆୟୋଜନ ହୋଇଥିଲା । ବାସଭବନରେ ରାତ୍ରୀଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ଶ୍ରୀମଦ୍‌ ଭଗବଦ୍‌ ଗୀତା ଉପହାର ଦେଇଥିଲେ । ରାଷ୍ଟ୍ରପତି ପୁଟିନଙ୍କୁ ରୁଷୀୟ ଭାଷାରେ ଲେଖାଥିବା ଏକ ଗୀତା ଉପହାର ପ୍ରଦାନ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୋଦୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ମୋଦୀ କହିଛନ୍ତି ଗୀତାର ଶିକ୍ଷା ବିଶ୍ୱ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42 ° C
    42 °
    42 °
    13 %
    3.6kmh
    77 %
    Mon
    42 °
    Tue
    42 °
    Wed
    44 °
    Thu
    43 °
    Fri
    39 °

    ସମ୍ବନ୍ଧିତ