କଟକ : ପୁଣି କଟକ ବାଲିଯାତ୍ରାରେ ଅଘଟଣ । ବାଲିଯାତ୍ରା ତଳ ପଡ଼ିଆରେ ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ । ବାଲିଯାତ୍ରା ତୃତୀୟ ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । କଟକ ଇନ୍ କଟକ ପରିସର ପାଖରେ ଥିବା ରାମ ଦୋଳିରୁ ଯୁବକ ଜଣକ ଖସି ପଡ଼ିଥିଲେ ।
ପଡ଼ିଆ ଭିତରେ ପ୍ରାଥମିକ ଚିକିତ୍ସା ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଯୁବକ ଜଣକ କେଉଁ ପରିସ୍ଥିତିରେ ଖସି ପଡ଼ିଲେ ଏବଂ ଦୋଳିର ଫିଟନେସ ସମ୍ପର୍କିତ କାଗଜପତ୍ରକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ । ଏହା ପୂର୍ବରୁ ଗତ ୨୫ ତାରିଖ ଦିନ ବାଲିଯାତ୍ରା ତଳ ପଡ଼ିଆ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।
