Sunday, October 18, 2026
23.2 C
Odisha

    ମହାବୀର ଗ୍ୟାଲାକ୍ସିରେ ଚାଲିଥିଲା ଜୁଆଆଡ୍ଡା, ୧୩ ଜଣଙ୍କୁ ବାନ୍ଧିଲା ପୁଲିସ୍

    ଆଗକୁ ପଢନ୍ତୁ

    କଟକ  : କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ମହାବୀର ଗ୍ୟାଲେକ୍ସ ଉପରେ କଟକ କମିଶନରେଟ ପୁଲିସ ଚଢ଼ାଉ କରିଛି। ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ମିଳିଥିଲା। କମିଶନରେଟ୍ ପୁଲିସ୍‌ର ଏକ ଟିମ୍ ଚଢାଉ କରି କ୍ରିଷ୍ଣା ରାଓ ସହ ୧୩ ମାଫିଆଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା, ସଂଖ୍ୟାଧିକ ମୋବାଇଲ୍‌ ଫୋନ୍‌, ଗାଡ଼ି ଚାବି, କାର୍‌ ଆଦି ଜବତ ହୋଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କଟକ ମଙ୍ଗଳବାଗର ହେମନ୍ତ କାହାଳୀ (୪୪), ଚିଣ୍ଟୁ ଦଳେଇ (୩୦) ଓ ତପନ ସେଠୀ (୪୬), କଟକ ମାଲଗୋଦାମ ଦାସସାହିର ଅଜିତ ଓଝା (୩୫), ବ୍ରହ୍ମପୁର କାଳୁପାତ୍ର ସାହିର ଶ୍ୟାମ ସୁନ୍ଦର ସାହୁ (୩୯), କଟକ ମାଲ୍‌ଗୋଦାମର କିଷ୍ଣା ରାଓ (୪୮), ବ୍ରହ୍ମପୁର ବଡ଼ବଜାରର ଏ ସନ୍ତୋଷ କୁମାର (୩୨), ଭଦ୍ରକ ପୁରୁଣାବଜାରର ରାମ ଚନ୍ଦ୍ର ବେହେରା, ଭଦ୍ରକ ମାଧବନଗରର ମନୋଜ କୁମାର ମହାନ୍ତି (୩୫), କଟକ ଚାଉଳିଆଗଞ୍ଜ ରଥ ଲେନ୍‌ର ରଙ୍‌ଗନାଥ ସାହୁ (୬୧), ଖୋର୍ଦ୍ଧା ଜଟଣୀ ଦେଉଳବସ୍ତର ମହେଶ୍ବର ସାନ୍ତା (୪୦), କଟକ ଶିଖରପୁର ଉପରସାହିର ଯୋଗେଶ୍ବର ରାଓ (୪୯), ପୁରୀ ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା ଓରଫ ଟୁଲୁ (୩୬)। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ