Saturday, February 28, 2026
31.2 C
Odisha

    ପୁଣି ଥରେ ଫାଇନାଲରେ ପ୍ରବେଶ କଲେ ମନୁ ଭାକର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ୨୫ ମିଟର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଶୁଟର ମନୁ ଭାକର । ମନୁ ଭାକର ପୂର୍ବରୁ ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ଭିନ୍ନ ଭିନ୍ନ ଶୁଟିଂ ଇଭେଣ୍ଟରେ ଦୁଇଟି କାଂସ୍ୟ ପଦକ ଜିତିସାରିଛନ୍ତି । ୨୫ ମିଟର ସ୍ପୋର୍ଟସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ପରେ ଏବେ ତୃତୀୟ ପଦକ ଆଶା ବଢିଯାଇଛି । ଭାରତର ଇଶା ସିଂହ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ ମଧ୍ୟ ସ୍କୋରରେ ପଛରେ ପଡ଼ିବାରୁ ଫାଇନାଲରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ମନୁ ଭାକର ପ୍ରଥମ ଭାରତୀୟ ଖେଳାଳି ଯିଏ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଦେଇଥିଲେ । ୧୦ ମିଟର ଏୟାର ପିସ୍ତଲ ଗୁଳିକାଣ୍ଡର ମହିଳା ଫାଇନାଲରେ ସେ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ଦଳଗତ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ କାଂସ୍ୟ ପଦକ ଜିତିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    19 %
    0.7kmh
    5 %
    Sat
    34 °
    Sun
    36 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ