Wednesday, March 18, 2026
21.1 C
Odisha

    ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ । ଏହି ଖୁସି ଖବରକୁ ସେ ନିଜେ ଏକ ଫଟୋ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ସେହି ଫଟୋରେ ତାଙ୍କ ସ୍ବାମୀ ହର୍ଷ ଲିବାଚିୟାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀଙ୍କ ଏକ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ଯେଉଁଥିରେ ଭାରତୀଙ୍କ ବେବି ବମ୍ପକୁ ତାଙ୍କ ସ୍ବାମୀ ଧରିଥିବାର ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ପୋଷ୍ଟରେ ଉଭୟେ ଖୁସି ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବା ସହିତ ସେମାନେ ପୁଣି ଥରେ ବାପା-ମା ହେବାକୁ ଯାଉଛନ୍ତି ବୋଲି କ୍ୟାପସନରେ ଲେଖିଛନ୍ତି ।
    ଭାରତୀ ୩ ଏପ୍ରିଲରେ ପୁତ୍ର ସନ୍ତାନକୁ ଜନ୍ମ କରି ପ୍ରଥମ ଥର ପାଇଁ ମା’ ହୋଇଥିଲେ । କିନ୍ତୁ ସେ ଝିଅଟିଏ ଚାହାଁନ୍ତି ବୋଲି କରୀନା କପୁରଙ୍କ ଏକ ଶୋ’ “ହ୍ୱାଟ୍ ଓମେନ୍ ୱାଣ୍ଟ” ରେ କହିଥିଲେ । ଏହା ବ୍ୟତୀତ ସେ ଗତ ମାସ ଗଣେଶ ଚତୁର୍ଥୀରେ ଆରତୀ କରିବା ସମୟରେ କନ୍ୟା ସନ୍ତାନ ପାଇଁ ବାପ୍ପାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

    ସେପଟେ ଭାରତୀ ତାଙ୍କ ବ୍ଲଗ କରିଥିଲେ । ଯାହାର ଥମନେଲ୍ ’’ଗୋଲା ବଡ଼ ଭାଇ ହେବାକୁ ଯାଉଛି ’’ ବୋଲି ରଖିଥିଲେ । ଯାହାକୁ ଦେଖିବା ପରେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ହୋଇ ପ୍ରତିକ୍ରିୟା ଦେଉଛନ୍ତି । ପରିଣୀତି ଚୋପ୍ରା ମଧ୍ୟ ଭାରତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ