Sunday, December 21, 2025
17.9 C
Odisha

    ପୁରୀ ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା: ଗିରୀଶ ଚନ୍ଦ୍ର ମୁର୍ମୁ

    ଆଗକୁ ପଢନ୍ତୁ

    ପୁରୀ : ଏଥର ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ସୁରକ୍ଷା ସବ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀ ମୁତୟନ ରହିବେ । ବିଶେଷକରି ନୋ ଫ୍ଲାଇଙ୍ଗ ଜୋନ ଉପରେ ବିଶେଷ ଆଲୋଚନା ହୋଇଛି। ସର୍ଭିଲାନ୍ସ ସିକ୍ୟୁରିଟି, ଶ୍ରୀମନ୍ଦିର ଭିତରେ ଫୋନ ବ୍ୟବହାର ଉପରେ ମଧ୍ୟ ଆଲୋଚନା କରାଯାଇଛି । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ।

    ସେହିପରି ଫାୟାର ସେଫଟି ଏବଂ ଇଲେକ୍ଟ୍ରି ସେଫଟି ଉପରେ ବି ବୈଠକରେ ଫୋକସ ଦିଆଯାଇଥିଲା । ପୂର୍ବତନ ସିଏଜି ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗିରୀଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସବ କମିଟିର ଅନ୍ୟ ୮ ସଦସ୍ୟ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ