Saturday, February 21, 2026
33.5 C
Odisha

    ପୁଲିସ ବିରୋଧରେ ଥାନାରେ ଅଭିଯୋଗ କଲେ ମହିଳା

    ଆଗକୁ ପଢନ୍ତୁ

    ଆଳି : ମହିଳାଙ୍କୁ ପୁଲିସର ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ଘରବାଡି ବିବାଦ ଓ ସଂଘର୍ଷ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଯାଇଥିବା ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଗତ ଡିସେମ୍ବର ୨୧ ତାରିଖରେ ଜୁଆଣିଆ ଗ୍ରାମର ମେଘନାଦ ପାତ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଘରବାଡି ବିବାଦକୁ ନେଇ ସଂଘର୍ଷ ଘଟିଥିଲା । ସଂଘର୍ଷ ପରେ ଏହି ଘଟଣାରେ ଆଳି ଥାନା ଏ.ଏସ.ଆଇ ଆଲୋକ ରଥ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜୁଆଣିଆ ସରପଞ୍ଚ ଓ କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଏ.ଏସ ଆଇ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ମହିଳାମାନେ ସଂଘବଦ୍ଧ ଭାବେ ଆଳି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ