Monday, April 6, 2026
24.9 C
Odisha

    ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ତାଙ୍କ ଝିଅଙ୍କୁ ପଳାତକ ଘୋଷଣା କଲେ କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ ପଳାତକ ଘୋଷିତ କରିଛନ୍ତି। ସୂଚନାନୁସାରେ, ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟ ଏବଂ ତାଙ୍କ ପିତା ସ଼୍ବାମୀ ପ୍ରସାଦଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧାରା ୮୨ ଅନୁଯାୟୀ ଲକ୍ଷ୍ନୌର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଲକ୍ଷ୍ନୌର ଗଲ୍ଫ ସିଟି ବାସିନ୍ଦା ଦୀପକ କୁମାର ସ଼୍ବର୍ଣ୍ଣକର ତଥା ଭାଜପାର ପୂର୍ବତନ ସାଂସଦ ସଂଘମିତ୍ରାଙ୍କ ସହ ଏକ ବିବାଦୀୟ ମାମଲାରେ କୋର୍ଟ ଏହି ଅଭିଯୁକ୍ତମାନଙ୍କୁ ପଳାତକ ଘୋଷିତ କରିଛନ୍‌ତି । କୋର୍ଟ ସେମାନଙ୍କୁ ବାରମ଼୍ବାର ସମନ୍‌ ଜାରି କରିଥିଲେ । ବାପା-ଝିଅ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ୩ ଥର ସମନ୍‌, ୨ ଥର ଜାମିନ୍‌ ୱାରେଣ୍ଟ ଏବଂ ଥରେ ଜାମିନ୍‌ ବିହୀନ ୱାରେଣ୍ଟ ଜାରି କରିଥିଲେ । ହେଲେ ଅଭିଯୁକ୍ତମାନେ କୋର୍ଟରେ ହାଜର ହେଉନଥିଲେ। ପରେ ସମସ୍ତ ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରାଯାଇଥିଲା ା କାରଣ ସେମାନେ ୱାରେଣ୍ଟ ଜାରି କରିବା ପରେ ମଧ୍ୟ କୋର୍ଟରେ ହାଜର ହୋଇନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ