Wednesday, October 7, 2026
21.5 C
Odisha

    ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ : ବୁବୁନ ସାହୁ ଟପ୍ପର, ଦ୍ବିତୀୟରେ ଶୋଭନା ମହାନ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର ।  ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା ମହାନ୍ତି ଏବଂ ତୃତୀୟରେ ଜିତମିତ୍ର ସାହୁ । ଚତୁର୍ଥରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ଷଷ୍ଠ ଅମନ ଗୋଏଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶିତଲ ପାତ୍ର ଏବଂ ଦଶମରେ ଇତିଶ୍ରୀ ଜେନା ଅଛନ୍ତି ।

    ଚଳିତ ବର୍ଷ ଜାନୁଆରୀ ୩୧ ରୁ ଫେବୃଆରୀ ୧୦ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା (Main Exam) ଏବଂ ମେ ୧୪ ରୁ ମେ ୨୦ ମଧ୍ୟରେ ହୋଇଥିବା ବ୍ୟକ୍ତିତ୍ୱ ପରୀକ୍ଷା ଆଧାରରେ ଏହି ଯୋଗ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସମସ୍ତ ୨୦୦ଟି ଯାକ ପଦବୀ ପୂରଣ ହୋଇଛି। UR, SEBC, SC ଏବଂ ST ବର୍ଗରେ କୌଣସି ବି ସିଟ୍ ଖାଲି ପଡ଼ିନାହିଁ। ଏଥରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସଂରକ୍ଷିତ ସୀମାକୁ ପଛରେ ପକାଇ ୭୮ ଜଣ ମହିଳା ପ୍ରାର୍ଥୀ ଏହି ସଫଳତା ସୂଚୀରେ ସ୍ଥାନ ପାଇଛନ୍ତି । OPSC ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା ଦିଆଯାଇଛି ।

    ବର୍ତ୍ତମାନର ଏହି ଚୟନ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ ବା ପ୍ରୋଭିଜନାଲ୍ ଅଟେ। ସାର୍ଟିଫିକେଟ୍ ଯାଞ୍ଚ, ଯୋଗ୍ୟତା ମାପଦଣ୍ଡ ଏବଂ ମେଡିକାଲ୍ ଫିଟନେସ୍ ପରେ ହିଁ ଚୂଡ଼ାନ୍ତ ନିଯୁକ୍ତି ମିଳିବ। ଯଦି କୌଣସି ପ୍ରାର୍ଥୀ ପୂର୍ବ ପ୍ରଚେଷ୍ଟା (Number of attempts) କିମ୍ବା ଅନ୍ୟ କୌଣସି ତଥ୍ୟ ଲୁଚାଇଥିବା ଜଣାପଡ଼େ, ତେବେ ତାଙ୍କର ସୁପାରିଶ ବାତିଲ କରାଯିବ ବୋଲି ଆୟୋଗ ଚେତାବନୀ ଦେଇଛନ୍ତି। ଏହି ସଫଳତା ଓଡ଼ିଶା ପ୍ରଶାସନିକ ସେବାରେ ୨୦୨୪ ବ୍ୟାଚ୍ ପାଇଁ ଏକ ବଡ଼ ମାଇଲଖୁଣ୍ଟ। ଆଗାମୀ ଦିନରେ ସମସ୍ତ ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂତନ ଅଧିକାରୀମାନଙ୍କୁ ଆନୁଷ୍ଠାନିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ