Wednesday, October 7, 2026
30.3 C
Odisha

    ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା, ଅଦାଲତରେ ହେବେ ହାଜର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା । ଟାଟା ମୋଟର୍ସ ଠକେଇ ମାମଲାରେ ସ୍ଥଗିତାଦେଶକୁ ଉଠାଇଦେଲେ କୋର୍ଟ । ଏଣିକି ଅଦାଲତରେ ନିୟମିତ ହାଜର ହେବାକୁ ହେବ । ହାଇକୋର୍ଟଙ୍କ ଆଦେଶକୁ ସେ ନିୟମିତ ଭାବେ ଅବମାନନା କରିଆସୁଥିଲେ । କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ । ଯାହାର ବିଚାର କରି ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତ ବି ହାଜର ହେବେ ।

    ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଅଛନ୍ତି। ତାଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିଲେ । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କଠୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା। ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ। ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ଯ ଅଭିଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ