Saturday, November 28, 2026
16.5 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସି. ଯୋଶେଫ ବିଜୟ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରାୟ ୧୨ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ୍‌କାର ଯାହାକୁ ନେଇ ଦେଶ ତଥା ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ଓ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସେବା ତୀର୍ଥ’ରେ ପ୍ରାୟ ୨୫ ମିନିଟ୍ ଧରି ଚାଲିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଦାବିପତ୍ର ହସ୍ତାନ୍ତର କରିଛନ୍ତି ଏବଂ ତାମିଲନାଡୁର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ବିଶେଷକରି ସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାନ ବାଧ୍ୟତାମୂଳକ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି। ବିଜୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାମିଲନାଡୁର ରାଜ୍ୟ ସଙ୍ଗୀତକୁ ‘ବନ୍ଦେ ମାତରମ୍’ ପୂର୍ବରୁ ଗାନ କରିବା ପାଇଁ ଅନୁମତି ଦେଉ, ଯଦ୍ଦ୍ବାରା ଆଞ୍ଚଳିକ ସାଂସ୍କୃତିକ ପରିଚୟ ବଜାୟ ରହିବ।
    କର୍ଣ୍ଣାଟକ ସରକାରଙ୍କ ଦ୍ୱାରା କାବେରୀ ନଦୀ ଉପରେ ପ୍ରସ୍ତାବିତ ‘ମେକେଦାତୁ ପ୍ରକଳ୍ପ’କୁ ନେଇ ବିଜୟ ଦୃଢ଼ ଆପତ୍ତି ଉଠାଇଛନ୍ତି। ସମ୍ପୃକ୍ତ ରାଜ୍ୟର ସହମତି ବିନା ଏହି ପ୍ରକଳ୍ପକୁ ଅନୁମତି ନଦେବା ପାଇଁ ସେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ତାମିଲନାଡୁରେ ପ୍ରତିରକ୍ଷା ଏବଂ ମହିଳା ମହାକାଶ ଶିଳ୍ପକୁ ମଜଭୁତ କରିବା, ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ତାମିଲନାଡୁର ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବ୍ୟତୀତ ବିଜୟ ଦିଲ୍ଲୀ ଗସ୍ତ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.5 ° C
    16.5 °
    16.5 °
    72 %
    0.5kmh
    0 %
    Sat
    24 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ