ଭୁବନେଶ୍ବର : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିିଛି ତାପମାତ୍ରା । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି । ଝାରସୁଗୁଡାରେ ତାପମାତ୍ରା 36 ଡିଗ୍ରୀ ପାର୍ କରିଥିବା ବେଳେ କେନ୍ଦୁଝରରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ରାଉରକେଲା ଓ ବାଲେଶ୍ୱର ୩୫.୨ ରହିଥିବାବେଳେ ହୀରାକୁଦରେ ୩୫ ଡିଗ୍ରୀ ଏବଂ ଭୁବନେଶ୍ୱର ତାପମାତ୍ରା ୩୪.୬ ଡିଗ୍ରୀ ରହିଛି ।ତେବେ ଚଳିତ ବର୍ଷ ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଅନୁଭବ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ ଜାରି ହୋଇଛି । ଆଗାମୀ 4 ଦିନ ପ୍ରବଳ ଖରା ନେଇ ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିବା ବେଳେ ଏବେ ଠାରୁ ଖରା ଗରମକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ ।