Friday, April 3, 2026
39 C
Odisha

    ପ୍ରବାସରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଉତ୍ସବ: ଟେକ୍ସାସରେ ଓସାର ୫୬ତମ ବାର୍ଷିକ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଡାଲାସ୍‌: ଦି ଓଡ଼ିଶା ସୋସାଇଟି ଅଫ ଦି ଆମେରିକାଜ (ଓସା)କେତେକ ଉଚ୍ଚମନା ବ୍ୟକ୍ତି ବିଶେଷଙ୍କ ଉନ୍ନତ ଚିନ୍ତାଧାରାର ଏକ ପ୍ରତିଫଳନ। ପ୍ରବାସରେ ପ୍ରତି ଓଡ଼ିଆବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖି ଓଡ଼ିଆ ସଂସ୍କୃତିକୁ ପ୍ରତି ପ୍ରବାସୀଙ୍କ ମନରେ ଉଜ୍ଜୀବିତ କରାଇ ଓସା ଓଡ଼ିଆପଣର ଗର୍ବ ଓ ଗୌରବର ଗାଥା ଗାନ କରିଥାଏ। ଟେକ୍ସାସର ଡାଲାସ୍‌ରେ ଓସାର ୫୬ତମ ବାର୍ଷିକ ସମ୍ମିଳନୀ ସଫଳଭାବେ ଆୟୋଜନ କରାଯାଇଛି। ପ୍ରତିବର୍ଷ ପରି, ଚଳିତ ବର୍ଷର ସମ୍ମିଳନୀ ମଧ୍ୟ ଏକ ଭବ୍ୟ ଏବଂ ରଙ୍ଗିନ ୩-ଦିନିଆ ଉତ୍ସବ ରୂପେ ପାଳିତ ହୋଇଥିଲା। ସମ୍ମିଳନୀର ଉଦ୍‌ଘାଟନ ଓସାର କାର୍ଯ୍ୟନିର୍ବାହୀ ସମିତି ଅଧ୍ୟକ୍ଷ ଲୀନା ମିଶ୍ର, ଉପାଧ୍ୟକ୍ଷ ସରଦକାନ୍ତ ପଣ୍ଡା,ସଚିବ ସାନ୍ତ୍ୱନା ଦାଶ ଓ କୋଷାଧ୍ୟକ୍ଷ ସୁଭ୍ରାଂଶୁ ମିଶ୍ରଙ୍କ ଦ୍ୱାରା ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଡି.ସି. ମଞ୍ଜୁନାଥ, ଭାରତୀୟ ମହାଦୂତ, ହାଉଷ୍ଟନ, ମୁଖ୍ୟ ଅତିଥି ଭାବେ ଡ଼ଃ ଶୀତକଣ୍ଠ ଦାଶ, ଓ ମୁଖ୍ୟ ବକ୍ତା ଭାବେ ଡ଼ଃ ତ୍ରିଲୋକୀନାଥ ପାଣ୍ଡେ ଯୋଗଦେଇଥିଲେ।

    ଏହାର ଆୟୋଜନ କରିଥିଲେ ସଂପାଦକ ତପନ ପାଢ଼ୀ, ସହ ଆୟୋଜକ ପ୍ରଭାତ ଦାଶ, ଶାଶ୍ୱତ ମହାପାତ୍ର, ଚିତ୍ରା ରଥ,ପ୍ରିୟଦର୍ଶନ ବିଶ୍ୱାଳ, ଅଧ୍ୟାୟର ଅଧ୍ୟକ୍ଷ ସ୍ମରଣିକା ରାଉତ ଓ କିଛି ସ୍ବେଚ୍ଛାସେବୀ ସହଯୋଗୀ ବୃନ୍ଦ। ସାଂସ୍କୃତିକ ମିଳନ ସମ୍ମିଳନୀରେ ୨୦୦୦ ରୁ ଅଧିକ ଓଡ଼ିଆ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ପରମ୍ପରା,ଶିଳ୍ପକଳା ଓ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା। ଓସା ସଦସ୍ୟମାନେ ଏକତ୍ରିତ ହୋଇ ଆଦିବାସୀ ନୃତ୍ୟ, ଓଡିଶୀ ନୃତ୍ୟ, ଚମ୍ପୁ ଓ ଛାନ୍ଦ, ଓଡ଼ିଆ ନାଟକ, ଆଦିବାସୀ ଫ୍ୟାଶନ ସୋ’ ସହିତ ସ୍ବର୍ଗତ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନୃତ୍ୟ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବରିଷ୍ଠ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କର ଉପସ୍ଥାପନା, ସଙ୍ଗୀତଜ୍ଞ ସଙ୍ଗୀତା ଗୋସାଇଁ, ସୀମାଦ୍ରୀ ଏବଂ ମାନସ ପ୍ରୀତମଙ୍କ ପରିବେଷଣ। ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ସହିତ ପିଠା ଭଳି ପାରମ୍ପରିକ ଖାଦ୍ୟ ମଧ୍ୟ ଏଥିରେ ସାମିଲ ଥିଲା। ଏହି ସମ୍ମିଳନୀରେ ସତ୍ୟ ପଟ୍ଟନାୟକଙ୍କ ଦ୍ୱାରା ୭୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ପୁସ୍ତକ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ୨୦୨୬ର ଓସାର ବାର୍ଷିକ ସମ୍ମିଳନୀ ମିନିଆପଲିସି ସହରରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ