Wednesday, May 20, 2026
29.9 C
Odisha

    ପ୍ରୋଟିନ ପାଉଡର ଆରମ୍ଭ କରିବାକୁ ଯାଉଛନ୍ତି କି, ଜାଣନ୍ତୁ ଏହି ଖାସ୍ କଥା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଫିଟ୍ ରହିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ନିଜକୁ ଫିଟ୍ ରଖିବାକୁ ଅଧିକାଂଶ ପିଲା ପ୍ରୋଟିନ୍ ପାଉଡର ପିଇବାକୁ ଖୁବ୍ ଭଲ ପାଉଛନ୍ତି । ପ୍ରୋଟିନ ପାଉଡର ଏବେ ବହୁତ ଲୋକପ୍ରିୟ । ଲୋକ ପତଳା କିମ୍ୱା ନିଜ ମାଂସପେଶୀକୁ ଶକ୍ତ କରିବାକୁ ସୁସ୍ଥ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ବଦଳରେ ପ୍ରୋଟିନ୍ ପାଉଡର ପଛରେ ଧାଉଁଛନ୍ତି । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହାକୁ ଭୁଲ ଭାବରେ ଖାଇବା ଦ୍ବାରା ଏହା ଲାଭ କରିବା ପରିବର୍ତ୍ତେ ଆମର କ୍ଷତି କରିଥାଏ ।

    ସୀମିତ ପରିମାଣରେ ନଖାଇବା ଏବଂ ଡାଏଟ୍ ପ୍ରତି ଧ୍ୟାନ ନଦେବା ଦ୍ବାରା ପେଟ ସମସ୍ୟା, ଓଜନ ବୃଦ୍ଧି ଏବଂ କିଡ଼ନୀ ଜନିତ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ପ୍ରଥମ ଥର ପାଇଁ ପ୍ରୋଟିନ୍ ପାଉଡର ଖାଇବାକୁ ଚିନ୍ତା କରୁଛନ୍ତି ତେବେ ଜାଣନ୍ତୁ କେତେ ପରିମାଣର ଖାଇବା ଉଚିତ୍ । ଆସନ୍ତୁ ଆମେ ଆଜି ଆପଣଙ୍କୁ ସେ ସମ୍ପର୍କରେ  ଜଣାଇବୁ ।

    ଡାଏଟସିଆନ୍ କହିଛନ୍ତି ଯେ, ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରୋଟିନର ଆବଶ୍ୟକତା ଅଛି । ଯାହା ଶରୀରକୁ ସୁସ୍ଥ ରଖିବା ସହ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଜଣେ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇନଥାଏ ସେମାନଙ୍କୁ ପ୍ରୋଟିନ ପାଉଡର ଦିଆଯାଇଥାଏ । ଆଉ ପ୍ରଥମ କରି ପ୍ରୋଟିନ୍ ପାଉଡର ଖାଉଥିବା ଲୋକମାନଙ୍କଠାରେ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯଦି ଆପଣ ଆପଣଙ୍କର ସପ୍ଲିମେଣ୍ଟରୁ ସର୍ବାଧିକ ଲାଭ ପାଇବାକୁ ଚାହାଁନ୍ତି, ତେବେ ଏହି ସାଧାରଣ ଭୁଲଗୁଡ଼ିକୁ ଏଡାଇବା ଅତ୍ୟନ୍ତ ଜରୁରୀ ।

    ପ୍ରଥମ ଥର ପାଇଁ ପ୍ରୋଟିନ୍ ପାଉଡର ଖାଉଥିବା ଲୋକ ଅଳ୍ପ ପରିମାଣରେ ଆରମ୍ଭ କରିବା ଉଚିତ୍ । ସେହି ଲୋକମାନେ ପ୍ରଥମେ ଏହାକୁ ଅଧା ଚାମଚ ଖାଇବା ଆବଶ୍ୟକ ।  ହଠାତ୍ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ପାଚନ ସମସ୍ୟା ହୋଇପାରେ । ତେଣୁ ଧୀରେ ଧୀରେ ପରିମାଣ ବୃଦ୍ଧି କରନ୍ତୁ । ପ୍ରୋଟିନ ସହିତ, ପନିପରିବା, ବାଦାମ, ଏବଂ ବିଭିନ୍ନ ପୋଷକ ତତ୍ତ୍ବ ଖାଦ୍ୟ ଏବଂ ଫାଇବର ଯୁକ୍ତ ଖାଦ୍ୟ ଖାଇବାରେ ସାମିଲ କରିବା ଉଚିତ୍ ।

    ଶରୀରକୁ କେବଳ ପ୍ରୋଟିନର ଆବଶ୍ୟକତା ନୁହେଁ ବରଂ ହାଇଡ୍ରେଟ୍ ରଖିବା ଜରୁରୀ । ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ଵାରା ଶରୀର ପ୍ରୋଟିନ୍ ଭଲ ଭାବରେ ହଜମ କରିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟ କିମ୍ବା ପେଟ ଫୁଲିବା ଭଳି ସମସ୍ୟାର ଆଶଙ୍କାକୁ କମ କରିଥାଏ । ପ୍ରତି ୧୦୦ ଗ୍ରାମ ପ୍ରୋଟିନ୍ ପାଇଁ ଅତି କମରେ ୨ ରୁ ୩ ଲିଟର ପାଣି ପିଇବାର ଅଭ୍ୟାସ କରନ୍ତୁ । ପ୍ରୋଟିନ୍ ପାଉଡର ବ୍ୟତୀତ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେପରିକି ଅଣ୍ଡା, ପନିର, ଚିକେନ୍ ଏବଂ ଲଙ୍କା ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ପ୍ରକୃତିକ ଭାବେ ସୁସ୍ଥ ରଖିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.9 ° C
    29.9 °
    29.9 °
    34 %
    1.5kmh
    58 %
    Wed
    45 °
    Thu
    45 °
    Fri
    45 °
    Sat
    45 °
    Sun
    43 °

    ସମ୍ବନ୍ଧିତ