Monday, April 13, 2026
33 C
Odisha

    ପ୍ରୟାଗରାଜ ସଙ୍ଗମରେ ୩.୫ କୋଟି ଶ୍ରଦ୍ଧାଳୁଙ୍କ ବୁଡ଼

    ଆଗକୁ ପଢନ୍ତୁ

    ପ୍ରୟାଗରାଜ  : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାରି ମାଘ ମେଳାରେ ରବିବାର ମୌନୀ ଅମାବାସ୍ୟାରେ ଅପରାହ୍ଣ ୪ଟା ସୁଦ୍ଧା ୩.୮୨ କୋଟି ଶ୍ରଦ୍ଧାଳୁ ଗଙ୍ଗା ଓ ସଙ୍ଗମରେ ବୁଡ ପକାଇଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶରେ ସ୍ନାନ କରୁଥିବା ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଉପରେ ହେଲିକପ୍ଟରରୁ ପୁଷ୍ପ ବର୍ଷା କରାଯାଇଛି। ଶନିବାର ରାତି ୧୨ଟାରୁ ସ୍ନାନ ପାଇଁ ଲୋକମାନେ ଲଗାତାର ଗଙ୍ଗା ଓ ସଙ୍ଗମ କ୍ଷେତ୍ରକୁ ଆସୁଛନ୍ତି ବୋଲି ମେଳା ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମକର ସଂକ୍ରାନ୍ତି ଅବସରରେ ୧.୦୩ କୋଟି ଏବଂ ଏକାଦଶୀରେ ପ୍ରାୟ ୮୫ ଲକ୍ଷ ଲୋକ ଗଙ୍ଗା ଓ ସଙ୍ଗମରେ ସ୍ନାନ କରିଥିଲେ। ମଣ୍ଡଳଆୟୁକ୍ତ ସୌମ୍ୟା ଅଗ୍ରୱାଲ କହିଛନ୍ତି କି, ଶ୍ରଦ୍ଧାଳୁଙ୍କୁ ଠିକ୍ ରାସ୍ତା ଦେଖାଇବା ପାଇଁ ମେଳା ପ୍ରଶାସନ ଖୁମ୍ବଗୁଡିକରେ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇଛି ଏବଂ ନାଗରିକ ସୁରକ୍ଷା ସ୍ବୟଂ ସେବକ ମଧ୍ୟ ଶ୍ରଦ୍ଧାଳୁଙ୍କ ମାର୍ଗଦର୍ଶନ କରୁଛନ୍ତି।

    ମେଳା କ୍ଷେତ୍ରରେ ୨୫ ହଜାରରୁ ଅଧିକ ଶୌଚାଳୟ ପ୍ରସ୍ତୁତ ହୋଇଛି ଏବଂ ୩୫୦୦ରୁ ଅଧିକ ସଫେଇକର୍ମୀ ନିୟୋଜିତ ଅଛନ୍ତି। ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବାଇକ ଟ୍ୟାକ୍ସି ସୁବିଧା ଉପଲବ୍ଧ କରାଯାଇଛି। ସାରା ଅଞ୍ଚଳରେ ୧୦ ହଜାରରୁ ଅଧିକ ପୁଲିସ କର୍ମୀ ନିୟୋଜିତ ଅଛନ୍ତି। ଭିଡକୁ ନଜରରେ ରଖି ୪୨ ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ରହିଛି ଯେଉଁଠି ଏକ ଲକ୍ଷରୁ ଅଧିକ ଗାଡ଼ି ରହିପାରିବ। ସ୍ନାନ ପାଇଁ ସମସ୍ତ ମୌଳିକ ସୁବିଧା ସହ ୧୨,୧୦୦ ଫୁଟ ଲମ୍ବା ଘାଟ ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ