Saturday, October 31, 2026
23 C
Odisha

    ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍‌ଆଇଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦୁବାଇରୁ ଇସ୍ରାଏଲର ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ୍‌ ସ୍ମିତ ମାଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦେଇଛନ୍ତି। ବିମାନ ଅପହରଣ ନିରୋଧୀ ଆଇନ, ୨୦୧୬ ଓ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅନୁଯାୟୀ ଶୁକ୍ରବାର (ଅକ୍ଟୋବର ୯ ତାରିଖ) ମାମଲା ରୁଜୁ ହୋଇଛି।

    ସେପ୍ଟେମ୍ବର ୩୦ ତାରିଖରେ ବିମାନଟି ଆକାଶରେ ଉଡ଼ୁଥିବା ବେଳେ କକପିଟ ଭିତରେ ସହକାରୀ ପାଇଲଟ୍‌ଙ୍କ ସହ ସ୍ମିତଙ୍କର ସଂଘର୍ଷ ହୋଇଥିଲା। ଅଭିଯୋଗ ଅନୁଯାୟୀ, ସହକାରୀ ପାଇଲଟ୍‌ ସ୍ମିତଙ୍କୁ କକ୍‌ପିଟ୍‌ରେ ଥିବା କୁରାଢ଼ୀରେ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ବିମାନକୁ ଅପହରଣ କରିବା କିମ୍ବା ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

    ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ଉପସ୍ଥିତ ବୁଦ୍ଧି ଖଟାଇ କକ୍‌ପିଟ୍‌ର ଦ୍ୱାର ଖୋଲିଥିଲେ। ଏହାପରେ ଅନ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ବିମାନଟିକୁ ସାଉଦି ଆରବର ତାବୁକ୍‌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ପରେ ସ୍ମିତଙ୍କୁ ଅଧିକ ଚିକିତ୍ସା ପାଇଁ ଆବୁଧାବି ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଥିବା ଜଣାପଡ଼ିଛି। ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ରହିଛି କି ନାହିଁ, ତାହା ଏନ୍‌ଆଇଏ ତଦନ୍ତରୁ ସ୍ପଷ୍ଟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.3kmh
    6 %
    Sat
    23 °
    Sun
    28 °
    Mon
    25 °
    Tue
    28 °
    Wed
    25 °

    ସମ୍ବନ୍ଧିତ