Saturday, October 31, 2026
23 C
Odisha

    ନବରାତ୍ରି ପୂର୍ବରୁ ଘରୁ ବାହାର କରନ୍ତୁ ଏହି ୫ ଟି ଜିନିଷ, ମିଳିବ ମାଙ୍କ ଆଶୀର୍ବାଦ

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ଶାରଦୀୟ ନବରାତ୍ରୀର ଆରମ୍ଭ ଆସନ୍ତାକାଲି ଅର୍ଥାତ୍ ୧୧ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ଯାହା ରବିବାର ଦିନ ପଡୁଛି । ଏହି ପର୍ବ ୯ ଦିନ ଧରି ଚାଲିଥାଏ । ଯେଉଁ ପୂଜାରେ ମା ଦୁର୍ଗାଙ୍କ ୯ଟି ସ୍ବରୂପଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।  ଏହି ସମୟରେ କେତକ ଭକ୍ତ ବ୍ରତ ରଖନ୍ତି ଏବଂ କଳସ ସ୍ଥାପନା କରି ମା’ ଦୁର୍ଗାଙ୍କଠାରୁ ସୁଖ ଜୀବନର କାମନା କରନ୍ତି । ସେଥିପାଇଁ ମା’ ଆସିବା ପୂର୍ବରୁ ଘରଗୁଡ଼ିକ ସଫା କରିବା ଏବଂ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ ।

    ଧାର୍ମିକ ବିଶ୍ବାସ ଅନୁସାରେ, ଘରେ ଥ‌ିବା ଅନେକ ଜିନିଷ ନକାରାତ୍ମକତାକୁ ବୃଦ୍ଧି କରିପାରେ। ତେଣୁ, ନବରାତ୍ରି ଆରମ୍ଭ ହେବା ପୂର୍ବରୁ, ମନ୍ଦିରଠାରୁ ଅନ୍ୟ କୋଠରୀ ପର୍ଯ୍ୟନ୍ତ ଘରର ସବୁକିଛି ସଫା ସଫା କରିବା ଗୁରୁତ୍ବପୂର୍ଣ୍ଣ। ଯଦି ଆପଣଙ୍କ ଘରେ এই ଜିନିଷଗୁଡ଼ିକ ଅଛି, ତେବେ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ସେଗୁଡ଼ିକୁ ବାହାର କରିଦେବା ଉଚିତ। ତେଣୁ, ଆସନ୍ତୁ ଜାଣିବା ନବରାତ୍ରି ପୂର୍ବରୁ ଘରୁ କେଉଁ ଜିନିଷ ବାହାର କରିବା ଉଚିତ । ତେବେ ଆସନ୍ତୁ ସେହି ଜିନିଷ ସମ୍ପର୍କରେ ଜାଣିବା ।

    ଭଙ୍ଗା ଠାକୁରଙ୍କ ମୂର୍ତ୍ତି: ନବରାତ୍ରି ପୂର୍ବରୁ, ଆପଣଙ୍କ ଘରର ମନ୍ଦିରକୁ ଭଲ ଭାବରେ ସଫା କରନ୍ତୁ । ସେଠାରେ ରଖାଯାଇଥିବା । ମୂର୍ତ୍ତିଗୁଡ଼ିକୁ ମଧ୍ଯ ଯାଞ୍ଚ କରନ୍ତୁ। ଯଦି କୌଣସି ଭଙ୍ଗା ମୂର୍ତ୍ତି ଅଛି, ତେବେ ସେଗୁଡ଼ିକୁ ପୂଜା ଘରୁ ବାହ ବାହାର କରିଦିଅନ୍ତୁ । ଭଙ୍ଗା ମୂର୍ତ୍ତିଗୁଡ଼ିକୁ ରଖିବା ଉଚିତ୍ ନୁହେଁ । ତେଣୁ, ସେଗୁଡ଼ିକୁ ପୂର୍ଣ୍ଣ ସମ୍ମାନ ସମ୍ମାନର ପାଣିରେ ଉଭେଇ ଦିଅନ୍ତୁ ।

    ଶୁଖିଲା ଗଛ: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବାକୁ ବିଭିନ୍ନ ପ୍ରକାର ଗଛ ଘରେ ଶୋଅପ୍ ପାଇଁ ଲଗାଇଥାଆନ୍ତି । କିନ୍ତୁ ବେଳେବେଳେ ଯତ୍ନ ଅଭାବରୁ ଗଛ ଶୁଖିଯାଇ ମରିଯାଇଥାଏ । ତେଣୁ ଏଭଳି ଗଛ ଘରେ ଥିଲେ ତୁରନ୍ତ ନବରାତ୍ରୀ ପୂର୍ବରୁ ଘରୁ କାଢିଦିଅନ୍ତୁ ।

    ପୁରୁଣା ବା ଭଙ୍ଗା ଝାଡୁ: ହିନ୍ଦୁ ଧର୍ମ ଅନୁସାରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଯଦି ଆପଣଙ୍କ ଘରେ ଝାଡୁ ଭାଙ୍ଗ ଯାଇଛି ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ । ଏହା ସହିତ, ଘର ଚାରିପାଖରେ ପୁରୁଣା ଝାଡୁ ଯେପରି ବିଛାଡ଼ି ନ ରହେ ସେଥିପ୍ରତି ସତର୍କ ରୁହନ୍ତୁ ।

    ଭଙ୍ଗା ଘଣ୍ଟା ବା ଇଲୋକ୍ଟ୍ରୋନିକ୍ସ:  ଯଦି ଆପଣଙ୍କ ଘରେ ଘଣ୍ଟାଟି ବହୁତ ଦିନ ଧରି ଖରାପ ହୋଇ ପଡ଼ିଛି, ତେବେ ଏହାକୁ ମରାମତି କରନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ। ସେହିପରି, ଆପଣଙ୍କ ଘରେ ଖରାପ ଇଲୋକ୍ଟ୍ରୋନିକ୍ସ ଜିନିଷ ରଖନ୍ତୁ ନାହିଁ ।

    ଭଙ୍ଗା ବାସନ ବା କାଚ ପାତ୍ର: ନବରାତ୍ରି ପୂର୍ବରୁ, ରୋଷେଇ ଘର ଏବଂ ଘରର ଅନ୍ୟାନ୍ୟ ସ୍ଥାନକୁ ଭଲ ଭାବରେ ସ ସଫା କରନ୍ତୁ । ଭଙ୍ଗା ପାତ୍ର, ଫାଟି କାଚ ଏବଂ ଅନ୍ୟାନ୍ୟ ଜିନିଷ ରଖୁବାରୁ ଦୂରେଇ ରୁହନ୍ତୁ । ଏଗୁଡ଼ିକ ସ୍ଥାନ ନେଇପାରେ ଏବଂ ଭଙ୍ଗା କାଚରୁ ଆଘାତ ହେବାର ଆଶଙ୍କା ସୃଷ୍ଟି କରିପାରେ । ତେଣୁ, ସଫା କରିବା ସମୟରେ ଏପରି ଜିନିଷଗୁଡ଼ିକୁ ସତର୍କତାର ସହିତ ବାହାର କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.3kmh
    6 %
    Sat
    23 °
    Sun
    28 °
    Mon
    25 °
    Tue
    28 °
    Wed
    25 °

    ସମ୍ବନ୍ଧିତ