Monday, March 30, 2026
27.4 C
Odisha

    ବଡ଼ ଏକାଦଶୀରେ ଅଧୁରା ରହିଲା ଜଗା ଦର୍ଶନ

    ଆଗକୁ ପଢନ୍ତୁ

    ଗଞ୍ଜାମ    :    ବଡ଼ ଏକାଦଶୀରେ ଅଧୁରା ରହିଗଲା ଜଗା ଦର୍ଶନ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧୀନ କେ.ନୂଆଗାଁ ଥାନା ଚିକିଟି ପେଣ୍ଠ ମୁଖ୍ୟ ବଜାରରେ ଆଜି ସକାଳ ୮ ଘଣ୍ଟl ସମୟରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ଗୁରୁତର ସ୍ବାମୀଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଅଙ୍ଗନବାଡି କର୍ମୀ ପଦ୍ମା ସେଠୀ (୪୭)l  ସୂଚନାଅନୁସାରେ ଦିଗପହଣ୍ଡି ବ୍ଲକରେ ଉଦ୍ୟାନ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ ଜକର ଗ୍ରାମର ପ୍ରଦୀପ କୁମାର ସେଠୀ ବଡ଼ ଏକାଦଶୀ ବ୍ରତ ପାଳନ ଅବସରରେ ଚିକିଟିଗଡ଼ ଜଗନ୍ନାଥ ମନ୍ଦିର ଦର୍ଶନ ଯିବା ପାଇଁ ସ୍ତ୍ରୀ ପଦ୍ମାଙ୍କ ସହିତ ନିଜ ବାଇକରେ ଯାଉଥିଲେl  ଚିକିଟିପେଣ୍ଠ ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତାରେ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ସାର ବୋଝେଇ ଟ୍ରାକ୍ଟର ପ୍ରଦୀପଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ଶିକାର ହୋଇ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତ୍ୱର ଆହତ ହୋଇଥିଲେ।  ସ୍ଥାନୀୟ ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେl ସେଠାରେ ଚିକିତ୍ସା ସମୟରେ ପଦ୍ମାଙ୍କ ମୃତ୍ଯୁ ହୋଇଥିବା ନେଇ ଡାକ୍ଟର ଘୋଷଣା କରିଥିଲେ। ପ୍ରଦୀପଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି l

    ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ସାର ବୋଝେଇ ଟ୍ରାକ୍ଟର ଜବତ କରି ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଛିl ଚିକିଟି ବ୍ଲକରେ ସାରର ଉତ୍କଟ ଅଭାବ ଦେଖା ଯାଇଥିବା ବେଳେ ସାର ବୋଝେଇ ଟ୍ରାକ୍ଟର ଜବତ ଘଟଣା ସାର କଳାବଜାର ରହସ୍ୟ ଉଦଘାଟନ କରିବ ବୋଲି ଚାଷୀ ଆଶା ବାନ୍ଧି ବସିଛନ୍ତିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ