Saturday, September 20, 2025
29.5 C
Odisha

    ବଢ଼ିଲା କିଲର କନେଷ୍ଟବଳ ଦୀପକ ରାଉତର ଅଡ଼ୁଆ, ଖୋଲିଲା ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ଡେଥ୍ ଫାଇଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖୋଲିଲା ପତ୍ନୀହନ୍ତା କନେଷ୍ଟବଳ ଦୀପକ ରାଉତର ପୁରୁଣା ଫାଇଲ । ବଢ଼ିଲା ଅଡୁଆ । ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାର ଫାଇଲ ରିଓପନ କଲା ଖୁଣ୍ଟୁଣୀ ଥାନା ପୋଲିସ । ହତ୍ୟା ମାମଲା ରୁଜୁ । ଦ୍ବିତୀୟ ପତ୍ନୀ- ଲେଡି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ଜଣା ପଡ଼ିବା ପରେ ଅପର୍ଣ୍ଣାଙ୍କ ପରିବାରର ଅଭିଯୁକ୍ତ ଦୀପକ ଉପରେ ସଂଦେହ ହୋଇଥିଲା । ଅପର୍ଣ୍ଣାଙ୍କୁ ଦୀପକ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ସଂଦେହ କରିଥିଲେ । ଏନେଇ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲେ ଅପର୍ଣ୍ଣାଙ୍କ ସାନ ଭଉଣୀ । ବଡ଼ ଭଉଣୀ ଅପର୍ଣ୍ଣାଙ୍କର ମୃତ୍ୟୁ କେମିତି ହୋଇଥିଲା ତାର ସାନି ତଦନ୍ତ କରିବାକୁ ଦାବି କରିଥିଲେ ।

    ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଅପର୍ଣ୍ଣାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇଥିଲା ଦୀପକ । ଢେଙ୍କାନାଳରୁ ଭୁବନେଶ୍ବର ଆସୁଥିବା ବେଳେ ରାଧାଦାମୋଦରପୁର ନିକଟରେ ତାଙ୍କ ସ୍ତ୍ରୀ ଅପର୍ଣ୍ଣାଙ୍କୁ ଏକ ଟ୍ରକ ଧକ୍କା ଦେଇଥିବା ପୋଲିସରେ ଅଭିଯୋଗ କରିଥିଲା । ଏହି ମାମଲା ସେତେବେଳେ ଅଧିକ ଖୋଳତାଡ଼ ନହୋଇ ବନ୍ଦ ହୋଇ ଯାଇଥିଲା । ପୁଣି ଖୋଲିଛି ଫାଇଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.5 ° C
    29.5 °
    29.5 °
    70 %
    1.5kmh
    54 %
    Sat
    31 °
    Sun
    32 °
    Mon
    32 °
    Tue
    32 °
    Wed
    27 °

    ସମ୍ବନ୍ଧିତ