Wednesday, November 19, 2025
14.4 C
Odisha

    ବଦଳିଗଲା ବାତ୍ୟାର ମୋଡ଼, ବର୍ତ୍ତିଗଲା ଓଡ଼ିଶା: ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ

    ଆଗକୁ ପଢନ୍ତୁ

     

    ‘ମୋନ୍ଥା’ ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଭୋର୍ ସମୟରେ ଦକ୍ଷିଣ ଓଡ଼ିଶା ପାଖ ଦେଇ ଛତିଶଗଡ଼ମୁହାଁ ହେବ । ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏପଟେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା ଜାରି କରାଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    65 %
    1.3kmh
    0 %
    Tue
    14 °
    Wed
    27 °
    Thu
    27 °
    Fri
    28 °
    Sat
    28 °

    ସମ୍ବନ୍ଧିତ