Tuesday, April 7, 2026
31.9 C
Odisha

    ବଦଳିଲେ ବାଂଲାଦେଶର ‘ଜାତିର ପିତା’

    ଆଗକୁ ପଢନ୍ତୁ

    ଢାକା: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ନିଜର ଇତିହାସ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ବାଂଲାଦେଶରେ ନୂଆ ପାଠ୍ୟପୁସ୍ତକ ଜାରି କରାଯାଇଛି। ଏହି ପୁସ୍ତକରେ କୁହାଯାଇଛି ଯେ ଶେଖ ମୁଜିବୁର ରେହମାନ ନୁହେଁ ଜିଆଉର ରେହମାନ ୧୯୭୧ ମସିହାରେ ଦେଶର ସ୍ୱାଧୀନତା ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ବହିରେ ଏହାର ଶ୍ରେୟ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ ଦିଆଯାଉଥିଲା। ପାଠ୍ୟପୁସ୍ତକରେ ମୁଜିବୁର ରହମାନଙ୍କ ପାଇଁ ‘ଜାତିର ପିତା’ ଉପାଧି ମଧ୍ୟ ହଟାଇ ଦିଆଯାଇଛି।ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟପୁସ୍ତକରେ ଅନେକ ପରିବର୍ତ୍ତନ କରାଯାଇଛି ବୋଲି ବାଂଲାଦେଶର ଡେଲି ଷ୍ଟାର ଖବରକାଗଜ ରିପୋର୍ଟ କରିଛି।

    ଏହା ପୂର୍ବରୁ ବାଂଲାଦେଶ ପୁରୁଣା ନୋଟରୁ ଶେଖ ମୁଜିବୁର ରହମାନଙ୍କ ଫଟୋ ହଟାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ଅଗଷ୍ଟ ୫ ରେ ମୁଜିବୁର ରହମାନଙ୍କ ଝିଅ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ହସିନା ଭାରତ ଯିବା ପରେ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ଓ ଚିତ୍ରକୁ ଟାର୍ଗେଟ କରାଯାଇଥିଲା। ମୁଜିବୁର ରହମାନଙ୍କ ହତ୍ୟା ବାର୍ଷିକୀ ଅବସରରେ ଅଗଷ୍ଟ ୧୫ ତାରିଖ ପାଇଁ ଘୋଷିତ ଜାତୀୟ ଛୁଟିକୁ ମଧ୍ୟ ଅନ୍ତରୀଣ ସରକାର ବାତିଲ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ