Sunday, October 11, 2026
25 C
Odisha

    ବର୍ଷାଦିନେ ଖାଲି ନକରି କେମିତି ସଫା କରିବେ ପାଣି ଟାଙ୍କି? ଜାଣନ୍ତୁ ପାଣି ନଷ୍ଟ ନକରିବାର ସହଜ ଉପାୟ

    ଆଗକୁ ପଢନ୍ତୁ

    ଘରର ପାଣି ଟାଙ୍କି ସଫା କରିବା କାମକୁ ଲୋକମାନେ ପ୍ରାୟତଃ ଏଡ଼ାଇ ଦେଇଥାନ୍ତି, କାରଣ ଏଥିପାଇଁ ସମ୍ପୂର୍ଣ୍ଣ ଟାଙ୍କି ଖାଲି କରିବାକୁ ପଡ଼ିଥାଏ ଏବଂ ଅନେକ ସମୟରେ ଟାଙ୍କି ଭିତରକୁ ପଶି ଘଷିଘଷି ସଫା କରିବାକୁ ହୁଏ। ଏଥିରେ ବହୁତ ସମୟ ଲାଗିବା ସହ ପ୍ରଚୁର ପରିମାଣର ପାଣି ମଧ୍ୟ ନଷ୍ଟ ହୋଇଥାଏ।

    କିନ୍ତୁ ଏବେ ଆଉ ସେମିତି କରିବା ଆବଶ୍ୟକ ନାହିଁ। କିଛି ସଠିକ୍ ଉପାୟ ଆପଣାଇ ଆପଣ ସମ୍ପୂର୍ଣ୍ଣ ଟାଙ୍କି ଖାଲି ନକରି ମଧ୍ୟ ତାହାକୁ ସଫା ରଖିପାରିବେ। ଏହାଦ୍ୱାରା ପାଣି ବଞ୍ଚିବା ସହିତ ଟାଙ୍କିରେ ଜମି ରହିଥିବା ମଇଳା, ଶିଉଳି ଏବଂ ବ୍ୟାକ୍ଟେରିଆରୁ ମଧ୍ୟ ମୁକ୍ତି ମିଳିବ।

    ଟାଙ୍କି ସଫା କରିବା ପାଇଁ କଣ କରିବେ: ଟାଙ୍କିରୁ ପାଣି ନ ବାହାର କରି ସଫା କରିବା ପୂର୍ବରୁ କିଛି ଜରୁରୀ ପ୍ରସ୍ତୁତି କରିନିଅନ୍ତୁ। ପ୍ରଥମେ ଟାଙ୍କିକୁ ଆସୁଥିବା ମୁଖ୍ୟ ପାଣି ଯୋଗାଣ ବନ୍ଦ କରିଦିଅନ୍ତୁ, ଯେମିତି କି ସଫା କରିବା ସମୟରେ ନୂଆ ପାଣି ଭର୍ତ୍ତି ହେବ ନାହିଁ। ଏହାପରେ ଏକ ଲମ୍ବା ହ୍ୟାଣ୍ଡେଲ୍ ଥିବା ବ୍ରଶ୍, ହାତମୋଜା, ଟର୍ଚ୍ଚ ଲାଇଟ୍, ବାଲ୍ଟି ଏବଂ ଯଦି ସମ୍ଭବ ହୁଏ ତେବେ ଏକ ସ୍ଲଜ୍ ପମ୍ପ କିମ୍ବା ୱେଟ୍ ଭ୍ୟାକ୍ୟୁମ୍ କ୍ଲିନର୍ ପ୍ରସ୍ତୁତ ରଖନ୍ତୁ।

    ଏହି ଉପକରଣଗୁଡ଼ିକ ଟାଙ୍କି ଭିତରକୁ ନ ପଶି ବାହାରୁ ସଫା କରିବାରେ ସାହାଯ୍ୟ କରେ। ଏବେ ଟାଙ୍କିର ଢାଙ୍କୁଣି ଖୋଲି ଟର୍ଚ୍ଚ ସାହାଯ୍ୟରେ ଭିତରକୁ ଦେଖନ୍ତୁ। ଯଦି ପାଣିର ଉପର ଭାଗରେ ଥିବା କାନ୍ଥଗୁଡ଼ିକରେ ଶିଉଳି କିମ୍ବା ମଇଳା ଦେଖାଯାଉଥାଏ, ତେବେ ଲମ୍ବା ବ୍ରଶ୍ ସାହାଯ୍ୟରେ ତାହାକୁ ଧୀରେ ଧୀରେ ସଫା କରନ୍ତୁ। ଚେଷ୍ଟା କରନ୍ତୁ ଯେପରି ଅଧିକ ମଇଳା ପାଣି ଭିତରେ ନ ପଡ଼ିବ। ଟାଙ୍କିର ଢାଙ୍କୁଣିର ଭିତର ପାଖକୁ ମଧ୍ୟ ଭଲଭାବେ ସଫା କରନ୍ତୁ, କାରଣ ସେଠାରେ ବି ଧୂଳି ଓ ବ୍ୟାକ୍ଟେରିଆ ଜମି ରହିଥାଏ।

    ପମ୍ପ କିମ୍ବା ୱେଟ୍ ଭ୍ୟାକ୍ୟୁମ୍ ସବୁଠାରୁ ଭଲ ବିକଳ୍ପ: ଟାଙ୍କିର ତଳ ଭାଗରେ ଜମି ରହିଥିବା ମାଟି, ବାଲି କିମ୍ବା ପଟୁକୁ ବାହାର କରିବା ପାଇଁ ସ୍ଲଜ୍ ପମ୍ପ କିମ୍ବା ୱେଟ୍ ଭ୍ୟାକ୍ୟୁମ୍ କ୍ଲିନର୍ ସବୁଠାରୁ ଉତ୍ତମ ମାଧ୍ୟମ। ଏହାଦ୍ୱାରା ତଳେ ଜମିଥିବା ମଇଳା ସହଜରେ ବାହାରକୁ ଆସିଯାଏ ଏବଂ ଟାଙ୍କିର ପାଣି ମଧ୍ୟ ଅଧିକ ଖରାପ ହୁଏନାହିଁ।

    ଯଦି ଏହି ଉପକରଣ ଉପଲବ୍ଧ ନାହିଁ, ତେବେ ଏକ ପାଇପ୍ ସାହାଯ୍ୟରେ ସାବଧାନତାର ସହ ତଳ ମଇଳାକୁ ବାହାର କରିବାକୁ ଚେଷ୍ଟା କରାଯାଇପାରେ, କିନ୍ତୁ ଏହି ଉପାୟ ସେତେଟା ପ୍ରଭାବଶାଳୀ ହୋଇନଥାଏ।

    ଏହି ଘରୋଇ ଉପାୟ ମଧ୍ୟ କାମରେ ଆସିବ: ଯଦି ଟାଙ୍କି କାନ୍ଥରେ ଟାଣ ଦାଗ ଲାଗିଥାଏ, ତେବେ ଧଳା ଭିନେଗାର୍ର ହାଲୁକା ଦ୍ରବଣ, ବେକିଂ ସୋଡା ପେଷ୍ଟ କିମ୍ବା ପିଇବା ପାଣି ଟାଙ୍କି ପାଇଁ ଉଦ୍ଧିଷ୍ଟ ଫୁଡ୍-ଗ୍ରେଡ୍ କ୍ଲିନର୍ ବ୍ୟବହାର କରାଯାଇପାରିବ।

    ତେବେ ଧ୍ୟାନ ରଖନ୍ତୁ, କୌଣସି ପ୍ରକାରର କଡ଼ା କେମିକାଲ୍ କିମ୍ବା ବ୍ଲିଚିଂ ପାଉଡରକୁ ସିଧାସଳଖ ପାଣିରେ ମିଶାନ୍ତୁ ନାହିଁ, କାରଣ ଏହାଦ୍ୱାରା ପାଣି ପିଇବା ଉପଯୋଗୀ ହୋଇ ରହିବ ନାହିଁ।

    ସଫେଇ ସରିବା ପରେ ଟାଙ୍କିକୁ ଆଉ ଥରେ ଯାଞ୍ଚ କରି ଢାଙ୍କୁଣିକୁ ଭଲଭାବେ ବନ୍ଦ କରିଦିଅନ୍ତୁ। ଏହାପରେ ପାଣି ସପ୍ଲାଇ ଚାଲୁ କରନ୍ତୁ ଏବଂ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣିକୁ ସ୍ଥିର ରହିବାକୁ ଦିଅନ୍ତୁ। ଆରମ୍ଭରେ ଘରର ବାହାର ନଳ ବା ଟ୍ୟାପ୍‌କୁ ଖୋଲି କିଛି ପାଣି ବହାଇ ଦିଅନ୍ତୁ, ଯାହାଦ୍ୱାରା ପାଇପ୍ ଭିତରେ ଥିବା ସାମାନ୍ୟ ମଇଳା ମଧ୍ୟ ବାହାରିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ