Sunday, July 26, 2026
25.7 C
Odisha

    ବର୍ଷା ଦିନରେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଫଳ, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

    ଆଗକୁ ପଢନ୍ତୁ

    ବର୍ଷା ଦିନରେ ପରିବେଶ ଥଣ୍ଡା ଓ ଆର୍ଦ୍ର ରହିଥାଏ । ଏହି ସମୟରେ ସଂକ୍ରମଣ ଓ ପେଟ ସମସ୍ୟାର ଆଶଙ୍କା ମଧ୍ୟ ବଢ଼ିଯାଏ । ସେଥିପାଇଁ ଏହି ଋତୁରେ ସଠିକ୍ ଖାଦ୍ୟ ଖାଇବା ବହୁତ ଜରୁରୀ । ବିଶେଷ କରି ତାଜା ଓ ସଫା ଫଳ ଖାଇଲେ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ଖଣିଜ ପଦାର୍ଥ ମିଳିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଫଳ ବର୍ଷା ଦିନେ ଖାଇବା ଭଲ ।

    ଡାଳିମ୍ବ: ଡାଳିମ୍ବରେ ଆଇରନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହା ରକ୍ତ ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

    ସେଓ: ପ୍ରତିଦିନ ଗୋଟିଏ ସେଓ ଖାଇଲେ ଶରୀରକୁ ଫାଇବର୍ ଓ ଭିଟାମିନ୍ ମିଳିଥାଏ । ଏହା ପାଚନ ଶକ୍ତିକୁ ଭଲ ରଖିବାରେ ସାହାଯ୍ୟ କରେ।

    କଦଳୀ: କଦଳୀରେ ପୋଟାସିୟମ୍ ଓ ଶକ୍ତି ଭରପୂର ରହିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ଦୁର୍ବଳତା ଦୂର କରିଥାଏ ।

    ପିଜୁଳି: ପିଜୁଳିରେ ଭିଟାମିନ୍–ସି ଅଧିକ ପରିମାଣରେ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସର୍ଦ୍ଦି–କାଶରୁ ସୁରକ୍ଷା ଦେଇଥାଏ ।

    ଅମୃତଭଣ୍ଡା: ଅମୃତଭଣ୍ଡା ପାଚନ ପାଇଁ ବହୁତ ଉପକାରୀ । ଏହା ପେଟକୁ ସୁସ୍ଥ ରଖିବା ସହ କୋଷ୍ଠକାଠିନ୍ୟ ସମସ୍ୟା କମାଇଥାଏ ।

    ବର୍ଷା ଦିନରେ ଫଳ ଖାଇବା ପୂର୍ବରୁ ସେଗୁଡ଼ିକୁ ଭଲ ଭାବେ ଧୋଇ ଖାଆନ୍ତୁ । କଟା ଫଳକୁ ଦୀର୍ଘ ସମୟ ବାହାରେ ରଖନ୍ତୁ ନାହିଁ । ସବୁବେଳେ ତାଜା ଓ ସଫା ଫଳ ଖାଇବାକୁ ଚେଷ୍ଟା କରନ୍ତୁ । ସଠିକ୍ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଆପଣାଇଲେ ବର୍ଷା ଦିନରେ ମଧ୍ୟ ଆପଣ ସୁସ୍ଥ ଓ ସତେଜ ରହିପାରିବେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.7 ° C
    25.7 °
    25.7 °
    90 %
    2.1kmh
    100 %
    Sun
    30 °
    Mon
    30 °
    Tue
    24 °
    Wed
    25 °
    Thu
    28 °

    ସମ୍ବନ୍ଧିତ