ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି ।ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ । ୪୨ବର୍ଷ ବୟସରଙ୍କ ‘କାଣ୍ଟା ଲାଗା’ ଫେମ୍ ଏହି ଅଭିନେତ୍ରୀଙ୍କ ହଠାତ ଦେହାନ୍ତ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଶେଫାଳୀ ନିଜ ସ୍ୱାମୀଙ୍କ ସହିତ ମୁମ୍ବାଇରେ ରହୁଥିଲେ ।
ମିଳିଥିବା ସୂଚନା ଅନୁସାରେ ୪୨ବର୍ଷ ବୟସରେ ଅଭିନେତ୍ରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ହୋଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । କାର୍ଡିଆକ୍ ଆରେଷ୍ଟ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇ ଅନ୍ଧେରି ସ୍ଥିତ ରହୁଥିବା ଘରେ ପହଞ୍ଚିଛି ମୁମ୍ବାଇ ପୁଲିସ । ଏକ ଫରେନସିକ୍ ଟିମ୍ ମଧ୍ୟ ଘରେ ଯାଞ୍ଚ କରୁଛନ୍ତି । ଶେଫାଳି ଜରିୱାଲା ୨୦୦୨ରେ କାଣ୍ଟା ଲାଗା ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରି ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହାସହିତ ବଲିଉଡ ଫିଲ୍ମ ମୁଝସେ ଶାଦୀ କରୋଗେ’ରେ ନଜର ଆସିଥିଲେ । ବିଗ୍ ବସ୍-୧୩ ସିଜିନରେ ଅଂଶଗ୍ରହଣ କରିଥିଲେ । ଶେଫାଳିଙ୍କ ଜନ୍ମ ଗୁଜୁରାଟର ଅହମ୍ମଦାବାଦରେ ହୋଇଥିଲା । ତାଙ୍କ କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଅନେକ ସଙ୍ଗୀତ ଭିଡ଼ିଓରେ କାମ କରିଥିଲେ । ତାଙ୍କର ଆଇକନିକ୍ ମ୍ୟୁଜିକ୍ ଭିଡ଼ିଓ କାଣ୍ଟା ଲାଗ ୨୦୦୨ରେ ମୁକ୍ତିଲାଭ କରିଥିଲା, ଯାହା ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା ।