ରାଉରକେଲା : ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଚାଂଚଲ୍ୟ । ହିତାହିତ ଜ୍ଞାନ ଭୁଲିଗଲେ ପୁଅ ବୋହୂ । ଜନ୍ମ କଲା ବାପାକୁ ପିଟିପିଟି ମାରିଦେଲେ ପୁଅ-ବୋହୂ । ସାମାନ୍ୟ କଥାରୁ ବଚସା । ବଚସାରୁ ଉଗ୍ର ହୋଇ ବାପାଙ୍କୁ ପିଟିପିଟି ମାରିଦେଲେ ପୁଅ ବୋହୂ । ଦମ୍ପତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ବାପାକୁ ପିଟିପିଟି ନିର୍ମମ ହତ୍ୟା ଘଟଣା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଜଗଦୀଶପୁର କିଶାନ ବସ୍ତିରେ ଘଟିଛି ଏହି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୬୦ ବର୍ଷୀୟ ବୃଦ୍ଧ ବାପାଙ୍କୁ ପୁଅ ଓ ବୋହୁ ମିଶି ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଛନ୍ତି । ଅଭିଯୁକ୍ତ ପୁଅ ହେଲା ଲାଜୋ କିଶାନ ଓ ବୋହୂ ବାସନ୍ତୀ କିଶାନ । ଉଭୟଙ୍କ ମିଳିତ ଆକ୍ରମଣରେ ବୃଦ୍ଧ ବାପା ପାଣକା କିଶାନ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ପୁଅ ଏବଂ ବୋହୂକୁ ଅଟକ ରଖିଛି ପୋଲିସ ।
ସେହିପରି ଉଦଳାରେ ବି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଲୁହା ରଡ଼ରେ ବାଡ଼େଇ ବାଡ଼େଇ ଜ୍ବାଇଁକୁ ମାରିଦେଲା ଶଶୁର । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମେଶ ବିନ୍ଧାଣୀ । ରମେଶ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି । ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ଅନେକ ଥର ବିରୋଧ କରି ଆସିଥିଲେ । ଗତକାଲି ରାତିରେ ଉଭୟ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିବାବେଳେ ବଚସା ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାମୋଦର ରମେଶଙ୍କୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିିଲେ । ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କ ମୃତ୍ୟୁ ହୋଇଥିଲା ।
